ପିଏମ ପୋଷଣ ଖାଦ୍ୟ ଯୋଜନା ଆରମ୍ଭ
କୋଷାଗୁମୁଡା: ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକରେ ଆର୍ଥିକ ବର୍ଷ ୨୫-୨୬ ପି. ଏମ ପୋସଣ ଖାଦ୍ୟ ଯୋଜନା ଆରମ୍ଭ ହୋଇଛି । ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଗଲା । ଏଥି ସହିତ ସପ୍ତାହରେ ତିନି ଦିନ ମଙ୍ଗଳବାର, ଗୁରବାର ଓ ଶନିବାର ଦିନ ପୋଷଣ ଯୁକ୍ତ ମଣ୍ଡିଆ ଲଡୁ ପ୍ରଦାନ କରାଯିବ । ଯୋଜନାର ପ୍ରଥମ ଦିନରେ ଗୋଷ୍ଟି ଶିକ୍ଷା ଅଧିକାରି ସୁପ୍ରିୟା ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଜି ବି.ଭି ପଣ୍ଡୁଗୁଡାରେ ଉପସ୍ଥିତ ଥିବା ବେଳେ ସହଦେବ ଉଚ୍ଚ ବିଦ୍ୟାଳୟ, ପଣ୍ଡୁଗୁଡା ଠାରେ ଛାତ୍ର ଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥନୀୟ ସିଆରସିସି ବିଧାନ ରାଉତ, ପଣ୍ଡୁଗୁଡା ସି ଆର୍ସିସି ଦୁଷ୍ମନ୍ତ ସାହୁ , ସଂଜୟ ବେହେରାଙ୍କ ସହ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।