ମାରାଗୁଡା ଲୋକମହୋସବ ଅବସରରେ ବୌଦ୍ଧିକ ଚର୍ଚ୍ଚା
ନୂଆପଡା : ମାରାଗୁଡା ଲୋକମହୋସôବ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ, ନୂଆପଡାଙ୍କ ପକ୍ଷରୁ ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଦ୍ୱିତୀୟ ଦିବସରେ "ଓଡ଼ିଆ ସାହିତ୍ୟକୁ ନୂଆପଡ଼ାର ଅବଦାନ’ ବିଷୟରେ ବୌଦ୍ଧିକ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ମେଜର ଡକ୍ଟର ରାମଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ କବି ଶିଶିର ନାୟକ ଓ ବିଷୟ ଆଲୋଚକ ଭାବରେ ଡକ୍ଟର ଶୁଶାନ୍ତ ବିଶି,ପ୍ରବୋଧ କୁମାର ହୋତା ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଦିତୀୟ ପର୍ଯ୍ୟାୟରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ, ସମ୍ମାନୀତ ଅତିଥି ରୂପେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାଷାବିଦ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିବା ବେଳେ ଆଲୋଚକ ଭାବରେ ନେସନାଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶିବପ୍ରସାଦ ସା ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଗୋପୀଗୋପାଳ ସୁନା ଅଂଶଗ୍ରହଣ କରି ଓଡ଼ିଆ ସାହିତ୍ୟ ଜଗତକୁ ନୂଆପଡ଼ାର ଅବଦାନ ଉପରେ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଡଃ. ବାସୁଦେବ ସୁନାନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ । କିଶୋର ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।