ସରଗରମ ବେଗୁନିଆ ରାଜନୀତି : ଅପରାଜିତାଙ୍କ ବିରୁଦ୍ଧରେ ବିଜୁଳୀଙ୍କ ରଣହୁଙ୍କାର


ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି : ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ବେଗୁନିଆ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରକାଶ ବିଜୁଳୀ ଓ ବେଗୁନିଆ ବିଡିଓ ସନ୍ତୋଷ କୁମାର ଜେନାଙ୍କ ବାତ୍ତର୍ତାଳାପ । ଯେଉଁ ବାର୍ତ୍ତାଳାପରେ ଅଶ୍ଳୀଳ ଭାଷା ସହ ବିଡିଓ ସନ୍ତୋଷ କୁମାର ଜେନାଙ୍କୁ ଧମକ ଦିଆଯାଉଥିବା ମଧ୍ୟ ଶୁଣିବାକୁ ମିଳୁଛି । ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକଙ୍କୁ ମଧ୍ୟ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ବିଡିଓଙ୍କୁ ବଦଳି କରିବା ପାଇଁ ଧମକ ଦିଆଯାଉଥିବା ମଧ୍ୟ ଭାଇରାଲ ଅଡିଓରୁ ଜଣାପଡୁଛି । ଏହା ସହ ରାଜ୍ୟ ସଭାପତି ଓ ବିଭାଗୀୟ ମନ୍ତ୍ରୀଙ୍କ ନାମ ନେଇ ଧମକ ଦେବା ରାଜ୍ୟ ସଭାପତିଙ୍କୁ କହି ତୁମର ବଦଳି କରାଯିବାର ଧମକ ଦେଉଛନ୍ତି ପ୍ରାର୍ଥୀ ପ୍ରକାଶ ବିଜୁଳୀ । ଯାହାର ଅଡିଓ ଏବେ ଫୋନ ରୁ ଫୋନକୁ ଘୁରି ବୁଲୁଛି । ତେବେ ଅଡିଓଟି କିଏ କେଉଁ ଉଦେ୍ଦଶ୍ୟରେ କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କିଭଳି ଜଣେ ବିଧାୟକ ପ୍ରାର୍ଥୀ ଜଣେ ବିଡିଓଙ୍କୁ ଫୋନ ମାଧ୍ୟମ ରେ ଏମିତି ଧମକ ଦେଉଛନ୍ତି ତାହା ଅଚଂଳ ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି  । ଦିନେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକାନ୍ତ ଅନୁଗତ ଥିବା ପ୍ରକାଶ ବିଜୁଳୀ ଆଜି ସାଂସଦ ଅପରାଜିତାଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି । ଖାଲି ବିଷ ଓଗାଳି ନାହାନ୍ତି ବରଂ ସାଂସଦ ଅପରାଜିତା ଓ ଖୋର୍ଦ୍ଧା ବିଧାୟକ ଗଣେଶ ଜଗଦେ୍ଦବଙ୍କୁ ବ୍ୟକ୍ତିଗତ ଆକ୍ଷେପ ମଧ୍ୟ କରିବାକୁ ପଛାଇ ନାହାନ୍ତି  । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଦେ୍ର୍ଦଶରେ ଖୋର୍ଦ୍ଧା ବିଧାୟକ ବେଗୁନିଆ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝିବାକୁ ସହଜରେ ହଜମ କରିପାରିନାହାନ୍ତି ପ୍ରକାଶ ବୋଲି ଭାଇରଲ ଅଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି । ସେହିପରି ଯଦି ଆମ କଥା ନଶୁଣିବେ ତେବେ ୫୦୦ ରୁ ଉର୍ଦ୍ଧ ମୋ କର୍ମୀ ସହ ବିଜେଡି ବିଧାୟକଙ୍କ କର୍ମୀ ମାନଙ୍କୁ ନେଇ ବ୍ଲକରେ ଗଣ୍ଡଗୋଳ କରିବା ସହ ବାଡେଇବାର ଧମକ ଦିଆଯାଉଥିବା ଅଡିଓରେ ସ୍ପଷ୍ଟ ଭାବେ କହୁଥିବା ଶୁଣିବାକୁ ମିଳୁଛି । ସେପଟେ ଭାଇରଲ ଅଡିଓ ସମ୍ପର୍କରେ ପ୍ରକାଶ ବିଜୁଳୀ, ବେଗୁନିଆ ବିଡିଓ ସନ୍ତୋଷ କୁମାର ଜେନା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ କିମ୍ବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।