ବେଳାଭୂମିରେ ମହିମା ଯଜ୍ଞ ଉଦ୍ୟାପିତ
ରାଜନଗର : ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଚାଲିଥିବା ୭୬ତମ ମହିମା ବ୍ରହ୍ମଧ୍ୱନୀ ଯଜ୍ଞ ଉଦ୍ୟାପିତ ହୋଇଯାଇଛି । ବ୍ରହ୍ମାବଧୂତ ଅଭୟ ବାବାଙ୍କ ପୈ÷ାରହିତ୍ୟରେ ଅନୁଷ୍ଠିତ ଏହି ଯଜ୍ଞରେ ବ୍ରହ୍ମାବଧୂତ ଗଦାଧର ବାବା, ବ୍ରହ୍ମାବଧୂତ ଶୁଶାନ୍ତ ବାବା, ବ୍ରହ୍ମାବଧୂତ ଦୁଷ୍ମନ୍ତ ବାବା, ବ୍ରହ୍ମାବଧୂତ ଚିତ୍ତରଞ୍ଜନ ବାବାଙ୍କ ସହ ସାଧୁ ଓ ସନ୍ୟାସୀମାନେ ଯୋଗଦେଇ ଜଗତ ମଙ୍ଗଳ ନିମନ୍ତେ ଯଜ୍ଞରେ ଘୃତଆହୂତୀ ପ୍ରଦାନ କରିଥିଲେ । ୭୬ବର୍ଷ ତଳେ ପର ସନ୍ୟାସୀ ବ୍ରହ୍ମାବଧୂତ ସିଦ୍ଧ ବାମନଚନ୍ଦ୍ର ବାବାଙ୍କ ଦ୍ୱାରା କାନପୁର-ପେଣ୍ଠ ବେଳାଭୂମିରେ ଅଲେଖ ଅଖଣ୍ଡ ବ୍ରହ୍ମଧୂନୀ ସ୍ଥାପନ କରିଥିଲେ । ୫ଦିନ ଧରି ବେଳାଭୂମି ଉସôବ ମୁଖର ହୋଇ ଉଠିଥିଲା । ଆୟୋଜନ କରି ଆସୁଥିବା ହାତିନା, ଖଣ୍ଡାମରା, ପ୍ରସନ୍ନପୁର, ପେଣ୍ଠ, ଗଜରାଜପୁର, ବ୍ରାହ୍ମଣସାହି, ବଡନାଉକଣା, ଜୟପୁର, ବିନ୍ଧାନାଉକଣା, ଓଲସାହି, ଗୋବର୍ଦ୍ଧନପୁର, ପ୍ରହରାଜପୁର, ସୁନ୍ଦୁରୀପାଳ, ବନ୍ଧପୁର ଓ ଭେଡିସାହିର ଗ୍ରାମବାସୀଙ୍କ ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାତଃ ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ ଜଣାଣ ଲାଗି ରହିଥିଲା ।