ପୁଅର ଲୁହାଛଡ଼ ଆକ୍ରମଣରେ ବାପା ଗୁରୁତର
ଆସିକା : ସମ୍ପତ୍ତିକୁ ବିବାଦକୁ କେଦ୍ର କରି ଗୁଡିସରରେ ବାପାକୁ ପୁଅ ମରଣାତ୍ମକ ଆକ୍ରମଣ କରି ଗିରଫ ହୋଇଛି । ବାପା ରାଘବ ବେହେରାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ପଞ୍ଜିକୃତ କରିଛି । ପୁଲିସ ଏନେଇ ତଦନ୍ତ କରି ରାଘବଙ୍କ ପୁଅ ସୁନୀଲ ସମ୍ପତି ବାଣ୍ଟିବା କାରଣରୁ ସବୁବେଳେ ତାଙ୍କ ପିତାମାତାଙ୍କ ସହ ଝଗଡା କରୁଥିଲା । ଝିଅର ବିବାହ ସମୟରେ ସମସ୍ତ ଜମି ବିକ୍ରି ହୋଇଯାଇଥିଲା । ଯେଉଁଥିପାଇଁ ରବିବାର ରାତି ଅଧରେ ଅଭିଯୁକ୍ତ ପୁଅ ସୁନୀଲ ଓରଫ ସନ୍ୟାସୀ ବେହେରା ତାଙ୍କ ଘରକୁ ଆସି ଏକ ଲୁହା ରଡ ଧରି କବାଟ ଭାଙ୍ଗି ବାପାଙ୍କ ଗୋଡ଼କୁ ପିଟିଦେଇଥିଲା । ଆକ୍ରମଣ ବାପାଙ୍କ ଗୋଡ଼ରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆହତ ରାଘବଙ୍କୁ ପତ୍ନୀ ଉଦ୍ଧାର କରିଥିଲେ । ବାପାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ପୁଅକୁ ଗିରଫ କରିଥିବା ଥାନା ଅଧିକାରୀ କୁଳମଣି ସେଠୀ ସୂଚନା ଦେଇଛନ୍ତି ।