ପୁରାତନ ଛାତ୍ର ସଂସଦ ବୈଠକ 

ବାଙ୍କୀ: ବାଙ୍କୀର ଶତାୟୁ ହାଇସ୍କୁଲ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ୧୯୮୪ମସିହା ମାଟି୍ରକ୍ ବ୍ୟାଚ୍ ପୁରାତନ ଛାତ୍ରମାନଙ୍କର ଏକ ସମାବେଶ ଶିମିଳିପୁରସ୍ଥ ଫାର୍ମ ହାଉସ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୦ଜଣ ଛାତ୍ର ଉପସ୍ଥିତ ରହି ସେମାନଙ୍କର ସ୍କୁଲ ଜୀବନର ସ୍ମୃତିକୁ ପ୍ରକାଶ କରିବା ସହିତ ଏହି ସ୍କୁଲ ଯୋଗୁଁ ସେମାନେ ଆଜି ବିିଭିନ୍ନ ଉଚ୍ଚସ୍ଥାନରେ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ବୈଠକରେ ସେମାନଙ୍କର ସ୍କୁଲ ଜୀବନର ସ୍ମୃତିକୁ ମନେପକାଇ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବରେନ୍ଦ୍ର କୃଷ୍ଣ ଦାସ ଅଧିକାରୀ ଓ ଦିବଂଗତ ଶିକ୍ଷକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ମନ୍ତ୍ରୀ, ରବିନ୍ଦ୍ର କୁମାର ସାହାୁ, ସନ୍ତୋଷ କୁମାର ମିଶ୍ର, ଦାସରଥି ପଟ୍ଟନାୟକ, ପ୍ରସନ୍ନ କୁମାର ନାୟକ, କିଶୋର ଚନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ବଥୁଆଲ୍, ସୁନୀଲ୍ କୁମାର ମଙ୍ଗରାଜ, ବାଙ୍କନିଧି ବେହେରା, ସୈନିକ ବିଭୂତି ରାୟ, ଭାଗ୍ୟଧର ନାଏକ, ଲକ୍ଷ୍ମଣ କୁମାର ପୃଷ୍ଟିଙ୍କ ସମେତ ବହୁ ପ୍ରାକ୍ତନ ଛାତ୍ର ଯୋଗଦାନ କରିଥିଲେ ।