ପୁରୀ ଜିଲ୍ଲା ପରିଷଦର ବୈଠକ
ପୁରୀ : ପୁରୀ ଜିଲ୍ଳା ପରିଷଦର ୭ମ ବୈଠକ ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ଜିଲ୍ଲା ପରିଷଦର ଗ୍ରାମର ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏକ ବଡ଼ ଫୋରମ । ତେଣୁ ସଦସ୍ୟମାନଙ୍କ ମତାମତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ପୁରୀକୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଳାରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ପୁରୀ ଜିଲ୍ଳାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ବନ୍ୟା ଓ ବାତ୍ୟା ସବୁଠାରୁ ବଡ଼ ବିପର୍ଯ୍ୟୟ । ସେହିପରି ପର୍ଯ୍ୟଟନ ଆମକୁ ଆଗକୁ ନେବ । ତେଣୁ ସମସ୍ତେ ଏକହୋଇ ତଳ ସ୍ତରରେ ଥିବା ସମସ୍ୟାକୁ ଦୂରେଇ ମୌଳିକ ସୁବିଧା ସୁଯୋଗ ଯୋଗାଇବାକୁ ପରାମର୍ଶ ଦେଇଥିଲେ । ପୁରୀ ଲୋକସଭା ସାଂସଦ ଡ଼. ସମ୍ବିତ ପାତ୍ର ଜିଲ୍ଳା ପରିଷଦ ବୈଠକକୁ ପ୍ରସ୍ତୁତ ହୋଇ ଆସିବା, ପୂର୍ବ ବୈଠକର ଆଲୋଚନା ଓ ପ୍ରସ୍ତାବକୁ ସମାଧାନ ଅନୁସାରେ ବିବରଣୀରେ ସ୍ଥାନିତ କରିବା, ସମୟ ବଞ୍ଚାଇବା ପାଇଁ ପିପିଟି ମାଧ୍ୟମରେ ତଥ୍ୟ ରଖିବା ଓ ପାକିସ୍ତାନ ଉପରେ ସିନ୍ଦୂରର ପରାକ୍ରମ ସମ୍ପର୍କରେ ତିନି ସେନାକୁ ସମସ୍ତ ସଦସ୍ୟଙ୍କ ସ୍ୱାକ୍ଷର ସମ୍ବଳିତ ଧନ୍ୟବାଦ ପତ୍ର ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଜଗତସିଂପୁର ସାଂସଦ ବିଭୂପ୍ରସାଦ ତରାଇ ଜନହିତ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି, ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବଭାଗର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରି୍ରୟରଂଜନ ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ । ଶିକ୍ଷାବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଗ୍ରାମ୍ୟ ନିର୍ମାଣ, ଗ୍ରାମୀଣ ପାନୀୟ ଜଯୋଗାଣ, ଜଳସେଚନ, ଜଳ ନିଷ୍କାସନ, ଯୋଗାଣ ବିଭାଗ, ମସô୍ୟ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଗ୍ରାମୀଣ ଆବାସ, ସ୍ୱଚ୍ଛ ପରିମଳ, ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକତି ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ ଡ଼ିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସିନ୍ଦୂର ଅପରେସନ ପାଇଁ ସେନାକୁ ଧନ୍ୟବାଦ ଜଣାଇ ପ୍ରତ୍ୟେକ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ।