ପୁଲିସର ଅଜବ ନୀତି ; ଦୋଷୀକୁ ମାଫ୍, ନିର୍ଦ୍ଦୋଷକୁ ଦଣ୍ଡ

ବିଞ୍ଝାରପୁର : ସାମାନ୍ୟ ବଚସାରୁ ଟ୍ରାକ୍ଟର ଛଡାଇ ହତ୍ୟା ଉଦ୍ୟମ ଘଟଣାରେ ଅଳକୁଣ୍ଡ ପୁଲିସ୍ର ଅଜବ ନୀତିକୁ ନିନ୍ଦା କରାଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଗୁରୁତରଙ୍କ ପୁଅକୁ ମେଡିକାଲରୁ ଉଠାଇ ଆଣିବା ଘଟଣା ଅଳକୁଣ୍ଡ ଥାନା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କପିଳା ପଞ୍ଚାୟତ ରାହାସ ଗୁହାଳିର ରାଜେନ୍ଦ୍ର ସାମଲ ଓ କୈଳାସ ଚନ୍ଦ୍ର ସାମଲଙ୍କ ଭିତରେ ମତାନ୍ତର ରହିଥିଲା । ଗତ ଦୁଇଦିନ ତଳେ କୌଣସି କାରଣରୁ ସାମାନ୍ୟ ବାଚସା ହୋଇଥିବା ବେଳେ ରାଜେନ୍ଦ୍ରଙ୍କ ସହ ବାପା କୈଳାଶ ଚନ୍ଦ୍ର ପାଟିତୁଣ୍ଡ ଦେଖି ପୁଅ ସିଦ୍ଧାନ୍ତ ଶେଖର ଓରଫ ଲିପନ ଏକ ଟ୍ରାକ୍ଟର ଚଢ଼ାଇ ରାଜେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ କରିଥିଲେ । କୈଳାସ ବି ପୁଅକୁ ଟ୍ରାକ୍ଟର ଚଢାଇବାରେ ସହଯୋଗ କରିଥଲେ । ଫଳରେ ରାଜେନ୍ଦ୍ରଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ । ବପାଙ୍କ ଏଭଳି ଅବସ୍ଥାରେ ପୁଅ ସନ୍ଦୀପ ମେଡିକାଲରେ ଥିଲେ । ଘଟଣା ଦିନ ରାଜେନ୍ଦ୍ରଙ୍କ ପରିବାର ଲୋକ ଥାନାରେ ଅଭିଯୋଗ ଦେବାକୁ ଚାହୁଁଥିବା ବେଳେ କୁଆଡେ଼ ପୁଲିସ ସେମାନଙ୍କୁ ଆଗ ମେଡିକାଲରୁ ଯାଇ ଏତଲା ଦେବ କହିଥିବା ବେଳେ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିଥିବା କୈଳାସ ଓ ସିଦ୍ଧାନ୍ତଙ୍କ ପକ୍ଷରୁ ଏକ ଅଭିଯୋଗ ଦିଆଯାଇଥିଲା । ଏହି ଅଭିଯୋଗକୁ ଭିତିରେ ଅଳକୁଣ୍ଡ ପୁଲିସ କେସ୍ ନଂ ୬୫/୨୦୨୫ ରୁଜୁ କରି ସମ୍ ହସ୍ପିଟାଲରୁ ରାଜେନ୍ଦ୍ରଙ୍କ ପୁଅ ସନ୍ଦୀପଙ୍କୁ ଉଠାଇ ଆଣି ଆଜି କୋର୍ଟଚାଲାଣ କରିଛି । ଏଭଳି ଘଟଣାକୁ ନେଇ ଅଳକୁଣ୍ଡ ପୁଲିସ୍ର ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି । ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଭାଇ କୁଆଡେ଼ ଯାଜପୁର ସାଂସଦଙ୍କ ସୁରକ୍ଷା କର୍ମୀ ରହିଥିବାରୁ ପୁଲିସ କୁଆଡେ ଗିରଫ କରିବାକୁ ସାହସ ନ କରି ଓଲଟି ଚାପଗ୍ରସ୍ତ ହେଇ ନିର୍ଦ୍ଦୋଷଙ୍କୁ ଗିରଫ କରିଥିବା ଆଲୋଚନା ହେଉଛି ।