ଅଧ୍ୟାପକ ଓ କର୍ମଚାରୀ ସଂଘର ଦସ୍ତଖତ ଅଭିଯାନ
ତାଳଚେର: ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ଦାବିରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ଶାଖା ତାଳଚେର ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ସାଉଥବଲଣ୍ଡା ସମ୍ମୁଖରେ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଦସ୍ତଖତ ଅଭିଯାନରେ ସାମିଲି ହୋଇଥିଲେ । ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ ପୂର୍ବ ସରକାର ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ନୂତନ ସରକାର ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ସ୍ୱଳ୍ପ ଦରମାରେ ଅଧ୍ୟାପକ ଓ କର୍ମଚାରୀମାନେ ମହାବିଦ୍ୟାଳୟରେ ଅଧ୍ୟାପନା, ଖାତା ମୂଲ୍ୟାୟନ, ଇଲେକ୍ସନ ଡୁ୍ୟଟି ଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଆସୁଛନ୍ତି । ସେମାନଙ୍କର ଦାବି ଯଥାର୍ଥ ଓ ଶୀଘ ଦାବି ପୂରଣ ହେବା ଦରକାର ବୋଲି ଦସ୍ତଖତ ଅଭିଯାନରେ ଦର୍ଶାଯାଇଛି ।