ପୁଷ୍ଟି ଓ ସ୍ୱାସ୍ଥ୍ୟ


ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତା ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି । ଚଳିତ ବର୍ଷର ଏହି ଜାତୀୟସ୍ତରର ପୁଷ୍ଟି ସପ୍ତାହ ଅବସର ପାଇଁ ସ୍ଲୋଗାନ ରହିଛି "ଉତ୍ତମ ଜୀବନ ପାଇଁ ଠିକ ଖାଆନ୍ତୁ' (‘ଋବଗ୍ଧ ଜସଶଷଗ୍ଧ ଲକ୍ଟକ୍ସ ବ ଈରଗ୍ଧଗ୍ଧରକ୍ସ ଖସଲର’) ।  ପିଲାମାନେ ବିଶେଷକରି ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ବେଳେ ପରିପାଶ୍ୱିର୍କ କ୍ଷେତ୍ରକୁ ଦୃଷ୍ଟି ଦେବା ଅତ୍ୟନ୍ତ ଅପରିହାର୍ଯ୍ୟ । କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିକର ତତ୍ତ୍ୱର କ୍ଷତି ହୋଇଥାଏ । ଯାହାଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଜ ଶିକାର ହୋଇଥାଏ । ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ୱଚ୍ଛତାକୁ ଧ୍ୟାନ ଦେଇ ନିଜ ପରିବେଶକୁ ସ୍ୱଚ୍ଛ ରଖିପାରିଲେ ରୋଗ ସଂକ୍ରମଣକୁ ରୋକାଯାଇପାରିବ । ବର୍ତ୍ତମାନ ପରି ସାଧାରଣତଃ ବର୍ଷା ଦିନିଆ ପରିବେଶରେ ମାଆମାନେ ପିଲାଙ୍କ ଯତ୍ନ ନେଲାବେଳେ କିଛି ଘଟଣାକୁ ଅଣଦେଖା କରିଦିଅନ୍ତି । ପିଇବା ପାଣି ବି ଯେପରି ନିଶ୍ଚିନ୍ତ ଭାବରେ ଭଲଭାବରେ ଫୁଟା ଯାଇଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପିଲାଟିକୁ ପିନ୍ଧାଉଥିବା ପୋଷାକ ଯେପରି ଭଲ ଭାବରେ ସଫା ହୋଇ ସୂର୍ଯ୍ୟକିରଣ ଦ୍ୱାରା ଶୁଖିଥିବ ସେ ଦିଗକୁ ଦୃଷ୍ଟି ଦିଅନ୍ତୁ । କେହି କେହି ପିଲାମାନଙ୍କର ଲୁଗାପଟାକୁ ଫ୍ୟାନରେ ବା ୱାସିଂମେସିନର ଗରମରେ ଶୁଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । କାରଣ ପୋଷାକରେ ଯଦି ଆର୍ଦ୍ରତା ରହିବ ପିଲାଟି ଥଣ୍ଡାଜ୍ୱରର ଶିକାର ହେବାର ସମ୍ଭାବନା ଅଛି । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ । ବଜାରର ପନିପରିବା ଅପେକ୍ଷା ନିଜ ବାଡ଼ିର ବା ଘରୋଇ ପ୍ରସ୍ତୁତ ପରିବା ଯଥା ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ, ଶାଗ ଦେଇପାରନ୍ତି । ଗାଜର ବିଟ ବି ଭଲ । େତେବେ ଡାଲି ପାଣିଟି ପିଲାମାନଙ୍କ ପାଇଁ ଖୁବ୍ ଭଲ । ପିଲାବେଳୁ ଶିଶୁଟିକୁ ରକ୍ତହୀନତାର ସମସ୍ୟାରୁ ଦୂରେଇବା ପାଇଁ ଏହାର ପ୍ରତିରୋଧ ନିମନ୍ତେ ଗର୍ଭବତୀ ମହିଳାମାନେ ଓ ପ୍ରସୂତୀ ମାଆମାନେ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ପିଲାଟିକୁ ମଧ୍ୟ ଦିଅନ୍ତୁ । ସରକାର ଲୌହସାର ଯୁକ୍ତ ବଟିକା ଓ ବିଭିନ୍ନ ପୁଷ୍ଟିକର ଅଭିବୃଦ୍ଧି ପାଇଁ ମାଗଣା ଔଷଧ ପ୍ରଦାନ କରୁଛନ୍ତି ଏହାର ସୁଯୋଗ ନିଅନ୍ତୁ । ପିଲାଟି ଯେପରି ଆୟୋଡ଼ିନଯୁକ୍ତ ଲୁଣ ଖାଉଥାଏ ସେ ଦିଗଟିକୁ ଦେଖନ୍ତୁ । ରୁଗ୍ଣ ଓ ଅତିଶୟ ପୁଷ୍ଟିହୀନ ଶିଶୁପାଇଁ ସଠିକ୍ ଓ ନିର୍ଦ୍ଧାରିତ ସମୟର ପୁଷ୍ଟିକର ଖାଦ୍ୟ ଓ ଅଧିକ ଯତ୍ନ ଆବଶ୍ୟକ । ପିଲାକୁ ଯେ କୌଣସି ଖାଦ୍ୟ ବା ପାନୀୟ ଦେଉଥାନ୍ତି ଶିଶୁରୋଗ ବିଶେଷଜ୍ଞଙ୍କ ମତ ନିଅନ୍ତୁ । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଗର୍ଭବତୀ ମାଆ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଓ ଔଷଧ ପ୍ରଦାନ କରୁଛନ୍ତି । ସେଥିପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ିକର୍ମୀ ମାନେ ଘରେ ଘରେ ପହଞ୍ଚô ଏହି ସୁଯୋଗ ଆପଣମାନଙ୍କ ହାତ ପାହାନ୍ତାରେ ପ୍ରଦାନ କରୁଛନ୍ତି । ଗୁଣିଟୁଣି ବା କାହାର କାନକୁହା କଥା ଶୁଣି ପିଲାଟିକୁ ଡଉଲଡାଉଲ ଓ ମୋଟା କରିଦେବା ପାଇଁ ନିଜେ କୌଣସି ଖାଦ୍ୟ ବା ଔଷଧ ଦେବା ପୂର୍ବରୁ ଶିଶୁ ବିଶେଷଜ୍ଞଙ୍କ ନିହାତି ପରାମର୍ଶ ନିଅନ୍ତୁ । ଚଳିତବର୍ଷର ଏହି ସପ୍ତାହ ପାଇଁ ରହିଥିବା ସ୍ଲୋଗାନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ସମାଜର ସାମଗ୍ରିକ ଆଗାମୀ ଭବିଷ୍ୟତର ବିକାଶ ପାଇଁ ଆଜିର ଶିଶୁମାନଙ୍କ ସ୍ୱାସ୍ଥ୍ୟଗତ ଦିଗ ଓ ପୁଷ୍ଟି ସାଧନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏହାକୁ ପାଳନ କଲେ ଏହି ଜାତୀୟ ପୁଷ୍ଟି ସପ୍ତାହର ପ୍ରାସଙ୍ଗିକତାର ଗୁରୁତ୍ୱ ବଢ଼ିପାରିବ । 
ପ୍ରଫେସର ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ, ବାଲେଶ୍ୱର, 
 ଋ-ଜ୍ଞବସକ୍ଷ : ୟକ୍ସହଚ୍ଚକ୍ଟଗ୍ଧସକ୍ସବଦ୍ଭହବଦ୍ଭମଷବଜ୍ଞକ୍ଟ୍ରବଗ୍ଧକ୍ସବଚ୍ଚ୧୨୩ଅଶଜ୍ଞବସକ୍ଷ.ମକ୍ଟଜ୍ଞ