କଟକଣା ସତ୍ତ୍ୱେ ହେଜୁନି ମିଶ୍ରିଲାଲ କମ୍ପାନୀ  ନିଦେ୍ର୍ଦଶ ଜାରି କରି ବସିଛି ବିଭାଗ

 ଯଖପୁରା,: କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟକ୍ଷମ ଶିଳ୍ପରେ କିଭଳି ଶ୍ରମିକ ସୁରକ୍ଷିତ କାର୍ଯ୍ୟ କରିବେ, ତାହା କାରଖାନା କର୍ତୁପକ୍ଷଙ୍କ ଯେତିକି ଦାୟିତ୍ୱ ରହିଛି, ସେତିକି ଦାୟିତ୍ୱ ଫ୍ୟାକ୍ଟି୍ର ଆଣ୍ଡ ବଏଲର ବିଭାଗର ରହିଛି । ହେଲେ କାରଖାନା କର୍ତୁପକ୍ଷ ଅସୁରକ୍ଷିତ ଭାବେ ଶ୍ରମିକଙ୍କୁ କାର୍ଯ୍ୟ କରିବାକୁ ଛାଡ଼ି ଦେଉଥିବା ବେଳେ ଫ୍ୟାକ୍ଟି୍ର ଆଣ୍ଡ ବଏଲର ବିଭାଗ ଏହାକୁ ନିୟମିତ ଭାବେ ଅନୁଧ୍ୟାନ କରିବା ବଦଳରେ କାର୍ଯ୍ୟାଳୟରେ ବସିବାକୁ ଉଚିତ ମଣୁଛନ୍ତି । ଯେଉଁ କାରଣରୁ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣାରେ କେହି ମୃତାହତ ହେଉଛି ତ କେହି ସବୁଦିନ ପାଇଁ ଅଙ୍ଗହରାଉଛି ବା କିଏ କ୍ଷତାକ୍ତ ହେଉଛି । କିଛି ଅଘଟଣ ଘଟିବା ପରେ ଫ୍ୟାକ୍ଟି୍ର ଆଣ୍ଡ ବଏଲର ବିଭାଗ ଚେଇଁ ଉଠି କାଗତପତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ଦାୟୀତ୍ୱ ଶେଷ କରି ଦେଉଛି । ଏଭଳି ଏକ ଅଭିଯୋଗ ମିଶ୍ରିଲାଲ କମ୍ପାନୀ ବିରୁଦ୍ଧରେ ଚଳିତବର୍ଷ ମେ ମାସରେ ଆସିଥିଲା । କାରଖାନାରେ କାର୍ଯ୍ୟରତ ସମୟରେ ଜଣେ ଶ୍ରମିକ ଦୁର୍ଘଟଣାର ଶିକାର ହେବାପରେ ତାଙ୍କୁ ହାତ ହରାଇବାକୁ ପଡ଼ିବା ପରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ମେ ମାସ ୧୩ ତାରିଖରେ ଚିଠି ନମ୍ବର-୨୨୭ରେ ପରବର୍ତି ନିର୍ଦେଶ ପର୍ଯ୍ୟନ୍ତ କାରଖାନାରେ କୈାଣସି ପ୍ୟାନେଲ୍ ଗୁଡିକରେ ମରାମତି କାର୍ଯ୍ୟ ନକରିବାକୁ ନିଦେ୍ର୍ଦଶ କରିଥିଲେ । ହେଲେ କାରଖାନା କର୍ତୁପକ୍ଷ ନିଦେ୍ର୍ଦଶକୁ ମାନିବା ବଦଳରେ ବିଭିନ୍ନ ପାନେଲ ଗୁଡ଼ିକର ମରାମତି କରୁଥିବାର ଅଭିଯୋଗ ହୋଇଛି । ଲୁଚାଛପାରେ ଏସବୁ ଚାଲିଥିବା କୁହାଯାଉଥିବା ବେଳେ ଫ୍ୟାକ୍ଟି୍ର ଆଣ୍ଡ ବଏଲର ବିଭାଗ ନିରବବସିଛି । କାରଖାନାର ପାଚୋରୀ ଭିତରେ ରିତିମତ ବିଭିନ୍ନ ପ୍ୟାନେଲ ଗୁଡିକର ମରାମତି କରାଯାଉଥିବା କଥା ବାହାରେ ଚର୍ଚା ହେଉଛି । ଯଦି ଏହା ସତ ହୋଇଥାଏ, ତେବେ ଫ୍ୟାକ୍ଟି୍ର ଏବଂ ବଏଲର ବିଭାଗ ନିଦେ୍ର୍ଦଶକୁ କାରଖାନା କର୍ତୁପକ୍ଷ ଫୁ୍ କରି କାର୍ଯ୍ୟ କରୁଥିବା ଧରିନିଆଯିବ । ସୂଚନା ଥାଉକି ଗତ ମେ ମାସ ୬ ତାରିଖରେ ଏହି କାରଖାନାର ୧୧କେଭି ବିଦୁ୍ୟତ୍ ସରବାରହ ହେଉଥିବା ଇଣ୍ଡୋର ବସ୍ବାର ପ୍ୟାନେଲରେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ରାକେଶ ରାୟ ନାମକ ଜଣେ ସୁଇଚ୍ୱାର୍ଡ ଅପରେଟର ସଂପୁର୍ଣ୍ଣ ପୋଡି ହୋଇ ଯାଇଥିବା ବେଳେ  ତାଙ୍କ  ଡାହାଣହାତକୁ କାଟିବାକୁ ପଡିଥିଲା । ଏହି ଘଟଣା ପାଇଁ କାରଖାନାର ଇଲେକ୍ଟି୍ରକାଲ ବିଭାଗର ଏଜିଏମ୍ ନିରାକାର ରାୟ ଏବଂ ଅଖିଳ ଇଞ୍ଜିୟରିଂ ଠିକାସଂସ୍ଥାକୁ  ସାଥି କର୍ମଚାରୀ ସିଧାସଳଖ ଦାୟି କରିଥିଲେ । କାରଣ ରାକେଶ କୈାଣସି ସୁରକ୍ଷା ସାମଗ୍ରୀ ପିନ୍ଧିବା ଦୁରର କଥା ତାଙ୍କ ହାତରେ ସାମାନ୍ୟ ଗ୍ଲୋଭ୍ସଟିଏ ନଥିବା ବେଳେ ତାଙ୍କୁ ୧୧କେଭି ବିଦୁ୍ୟତ୍ ସରବାରହ ହେଉଥିବା ଏହି ପ୍ୟାନେଲ୍କୁ ଆକ୍ଟିଭ କରିବାକୁ  ନିର୍ଦେଶ  ହୋଇଥିଲା । ରାକେଶଙ୍କ ସହିତ ଶହଶହ ଶ୍ରମିକ କର୍ମଚାରୀଙ୍କୁ କାର୍ଯ୍ୟ କରାଉଥିବା ଅଖିଳ ଇଞ୍ଜିନିୟରିଂ ନାମକ ଠିକାସଂସ୍ଥା ସେମାନଙ୍କୁ ଏଠାରେ ଗୋତି ଖଟାଉଥିବା ଅଭିଯୋଗ ହୋଇଆସୁଛି ।ଅଭିଯୋଗ ଅନୁଯାଇ ସରକାର ଶ୍ରମିକଙ୍କ ପାଇଁ ଧାର୍ଯ୍ୟ କରିଥିବା ଦୈନିକ ସର୍ବନିମ୍ନ ମଜୁରୀ ମିଳୁନଥିବା ବେଳେ କାମ ନାହିଁ ତ ମଜୁରୀ ନାହିଁ ନିତିକୁ ଏହି ଠିକାସଂସ୍ଥା ଆପଣେଇ ନେଇଛି । ଯିଏ ଏହାର ପ୍ରତିବାଦ କରୁଛି ତାକୁ ଛଟେଇ ହେବାର ଧମକ ଦିଆଯାଉଛି । ଏହି ଠିକାସଂସ୍ଥା ଏବଂ କାରଖାନା କର୍ତୃପକ୍ଷଙ୍କ ବିରୋଧରେ ପୂର୍ବରୁ ଶ୍ରମ କମିଶନରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଅଭିଯୋଗ କରିଛନ୍ତି । କିନ୍ତୁ କମ୍ପାନୀ କର୍ତୃପକ୍ଷଙ୍କ ଳମ୍ବା ହାତର ପ୍ରଭାବରେ କାର୍ଯ୍ୟାନୁଷ୍ଟାନ ହେବା ତ ଦ୍ୂରର କଥା କେବେବି ଅଭିଯୋଗର ତଦନ୍ତ କରାଯାଇନି । ରାକେଶ ସମ୍ମୁଖିନ ହୋଇଥିବା ଦୁର୍ଘଟଣାକୁ ମାସେ ପୁରିଲାଣି ସତ ଏବେ ମଧ୍ୟ କାରଖାନାର ସଂପୃକ୍ତ ଏଜିଏମ୍  ଏବଂ ଫ୍ୟାକ୍ଟି୍ର ମାନେଜରଙ୍କ ବିରୋଧରେ ମାମଲାଟିଏ ନହେବା ପଛରେ କାରଣ କ’ଣ ତାହା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି ।