ପୂରଣ ହେଲା ଅଭିଳାସ, ଉଠିଲା ଆୟୁରବୈଦିକ୍ ଚିକିତ୍ସାଳୟ


ତିହିଡ଼ି,: ଦୀର୍ଘ ବର୍ଷର ଅଭିଳାଷ ପୂରଣ ହୋଇଛି । ରାଜନୈତିକ ଚକ୍ରବୁ୍ୟହରେ ପେଶି ହୋଇଥିବା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତ ଅଧିନ ନୂଆସାହି ଗ୍ରାମବାସୀ ଶୁକ୍ରବାର ପୂର୍ବାହ୍ନରେ ନିଜ ଗାଁ ପାଇଁ ଉଦ୍ଦିଷ୍ଟ କମାରିଆରେ ଅସ୍ଥାୟୀଭାବେ ଅବସ୍ଥାପିତ ହୋଇଥିବା ଆୟୁରବେଦିକ୍ ଚିକିତ୍ସାଳୟକୁ ନେଇ ଯାଇଛନ୍ତି । ଅର୍ଥାତ୍ ଚିକିତ୍ସାଳୟର ସମସ୍ତ ଔଷଧ, ସରଞ୍ଜାମ ସହିତ ଆନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ନୂଆସାହିକୁ ନେଇ ଯାଇଛନ୍ତି । ନୂଆସାହିସ୍ଥିତ ସରକାରୀ ବିଦ୍ୟାଳୟରେ ଶନିବାର ଠାରୁ ଏହି ଚିକିତ୍ସାଳୟ କାର୍ଯ୍ୟ କରିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ, ଗତ ତା ୦୫. ୦୮. ୧୯୯୭  ରିଖ ଠାରୁ ନୂଆସାହିରେ ସରକାରଙ୍କ ପ୍ରଦତ୍ତ ଆୟୁରବେଦିକ୍ ଚିକିତ୍ସାଳୟ କାର୍ଯ୍ୟକାରୀ କରି ଆସୁଥିଲା । ୮ ବର୍ଷ ·ଲିବା ପରେ ରାସ୍ତା ସମସ୍ୟ ନେଇ ଡାକ୍ତର ଓ କର୍ମ·ରୀମାନେ ସେଠାକୁ ଯିବାକୁ ବହୁ ସମସ୍ୟା ହୋଇଥିଲା ଏବଂ ନିଷ୍ପତି ଅନୁସାରେ ସିନେ୍ଦାଳ ପଞ୍ଚାୟତ ଅଧିନ କମାରିଆ ଗାଁରେ ଏକ ସରକାରୀ ଗୃହରେ ଏହା ଅସ୍ଥାୟୀ ଭାବେ କାର୍ଯ୍ୟ କରିଆସୁଥିଲା । ମାତ୍ର କିଛି ବର୍ଷ ହେବ ଏହି ଚିକିତ୍ସାଳୟ ଗୃହ ନିର୍ମାଣ ନିମନ୍ତେ ସରକାରୀ ସ୍ତରରେ ବ୍ୟୟବରାଦ ହୋଇଥିବା ସେମାନେ ଜାଣିବାକୁ ପାଇଛନ୍ତି ଏବଂ କେତେକ ଅସାଧୁ ବ୍ୟକ୍ତି ଏହାକୁ ମଙ୍ଗଳପୁର ପଞ୍ଚାୟତରେ ନିର୍ମାଣ କରିବା ଲାଗି ମସୁଧା ଚଳାଇଥିଲେ । ଏବଂ ଲେ-ଆଉଟ୍ ମଧ୍ୟ କରିଥିଲେ । ଏହାକୁ ବିରୋଧ କରି ଗତ ତା ୨୨.୦୪.୨୪ରିଖରେ ଗ୍ରାମବାସୀ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ନିର୍ବାଚନ ଲାଗି ଶାନ୍ତ ପଡିଥିବା ବେଳେ ଚଳିତ ମାସ ୧୯ ତାରିଖରେ କମାରିଆରେ ଗାଁରେ ଆୟୁରବେଦିକ୍ ଚିକିତ୍ସାଳୟର ଗୃହ ନର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୂନଶ୍ଚ ଲେ-ଆଉଟ୍ କରିବା ଲାଗି ପ୍ରସ୍ତୁତ ଚଳାଇଥିଲା । ତେବେ ଚିକିତ୍ସାଳୟର ଠିକଣା ନୂଆସାହି ବୋଲି ଉଲ୍ଲେଖ ରହିଥିବା ବେଳେ ତାହା କମାରିଆରେ ଅବସ୍ଥାପନ କରିବା ଲାଗି ଯେଉଁମାନେ ଉଦ୍ୟମ ଚଳାଇଛନ୍ତି ସେମାନଙ୍କୁ ତିବ୍ର ବିରୋଧ କରିଛନ୍ତି ନୂଆସାହିବାସୀ । ଭବିଷ୍ୟତରେ ରାତିଅଧିଆ ଗୃହ ନିର୍ମାଣ କରି ଉକ୍ତ ଚିକିତ୍ସାଳୟକୁ କମାରିଆରେ ନିୟମିତ ·ଲୁକରାଯିବ ବୋଲି ଗ୍ରାମବାସୀ ସନେ୍ଦହ ପ୍ରକଟ କରି ତୁରନ୍ତ ଚିକିତ୍ସାଳୟକୁ ନୂଆସାହିକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଥିଲେ । ଏହି ଘଟଣାକୁ ନେଇ ପ୍ରଥମେ ସରପଞ୍ଚ ସୁପ୍ରଭା ପାଣି ଚିକିତ୍ସାଳୟର ଡାକ୍ତର ଇତିଶ୍ରୀ ଦାସ ଓ ଫାର୍ମାସିଷ୍ଟଙ୍କୁ ଭେଟି ଆଲୋଚନା କରିଥିଲେ । ପୂର୍ବତନ ସମିତି ସଭ୍ୟ ମୀନକେତନ ସେନାପତି, ନାରାୟଣ ପୃଷ୍ଟି, ଯୁବନେତା ଦୀପକ ଦାସ, ଗୋରାବାବୁ ସାହା, ନାଗେଶ୍ୱର ମଳିକ, ଗଣେଶ୍ୱର ମଳିକ, ଜଗବନ୍ଧୁ ମଳିକ, ରାମଚନ୍ଦ୍ର ମଳିକ, ପଞ୍ଚାନନ ମଳିକ, ଅର୍ଜୁନ ମଳିକ, ବିଦ୍ୟାଧର ମଳିକ, ଚିନ୍ତାମଣି ମଳିକ, ଜଗତ ମଳିକ, ନିର୍ମଳ ମଳିକ ପ୍ରମୁଖ ସମେତ ଶତାଧିକ ମହିଳା ଉପସ୍ଥିତ ରହି ଚିକିତ୍ସାଳୟ ସ୍ଥାନାନ୍ତର କରାଯିବା ନେଇ ସ୍ଥିର କରିଥିଲେ । ଶେଷରେ ମଧ୍ୟାହ୍ନରେ ଚିକିତ୍ସାଳୟର ସମସ୍ତ ସରଞ୍ଜାମକୁ ଗାଡିଯୋଗେ ନୂଆସାହି ନିଆଯାଇଛି ଏବଂ ଶନିବାର ଠାରୁ ନୂଆସାହିରେ ପୂର୍ବପରି ·ଲୁ ରହିବ ବୋଲି ଜଣାଯାଇଛି ।