କ୍ଷତ୍ରୀୟ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଶପଥପାଠ

ନୂଆପଡ଼ା : ନୂଆପଡା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଞ୍ଚଳିକ କ୍ଷତ୍ରିୟ ଯୁବ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସଭାପତି ଭାବେ ସାମାଜିକ କର୍ମୀ ଶ୍ରୀବତ୍ସ ବାରିକ, ସମ୍ପାଦକ ଭାବେ ଦୀନକୃଷ୍ଣ କ୍ଷେତ୍ରୀ, ଉପସଭାପତି ଭାବେ ବିଶ୍ୱରଞ୍ଜନ ଭିତିରିଆ, ସଂଗଠକ ଭାବେ ବିକ୍ରମ ପାତ୍ର, କୋଷାଧ୍ୟକ୍ଷ ଭାବେ ଲଳିତ କୁମାର ବେହେରାଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । ଆଜି  ସମସ୍ତ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସଭାପତି ମହେଶ କୁମାର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ପରାମର୍ଶଦାତା ରାଜେନ୍ଦ୍ର ନାରାୟଣ ସିଂ ବାରିକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ରତନ ସିଂ ବାରିକ, ବିଷ୍ଣୁ ଚନ୍ଦ୍ର ବାରିକ, ଅର୍ଜୁନ ସିଂ ଦଳପତି, ସୁଜିତ କୁମାର ପାତ୍ର, ପୂର୍ବତନ ସଭାପତି ରଞ୍ଜନ ସିଂ ବାରିକ, ପୂର୍ବତନ ଉପ ସଭାପତି ସୁରେଶ କୁମାର ଦଣ୍ଡସେନା, ପୂର୍ବତନ ସମ୍ପାଦକ ଓମ ପ୍ରକାଶ ଦଣ୍ଡସେନା ମଞ୍ଚାସୀନ ରହି ପୂର୍ବତନ କର୍ମକର୍ତ୍ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଭାବେ  ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ସ୍ୱାଗତ ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରାମର୍ଶଦାତା ଖରତ ଚନ୍ଦ୍ର ବାରିକ, ରମଣ ସିଂ ବାରିକ, ପ୍ରମୋଦ କୁମାର ଦଣ୍ଡସେନା, ଯୁବ ସଙ୍ଗଠନର ପରାମର୍ଶ ଦାତା ଦୁର୍ବାଦଳ ଦଣ୍ଡସେନା, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ସଂଗଠକ ପରମେଶ୍ୱର ବାରିକ, ସହ ସଂଗଠକ ବିଭୁତି ଭୂଷଣ ବିଶି, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ, ଗଙ୍ଗାଧର ଦଣ୍ଡସେନା,ଘାସିରାମ ପୁଝାରି, ରବୀନ୍ଦ୍ର ସିଂ ବାରିକ, ଧର୍ମବୀର ଚଳାନ ସମେତ ଶତାଧିକ କ୍ଷୟତ୍ରୀ ଯୁବକ ଉପସ୍ଥିତ ଥିଲେ । ରଞ୍ଜନ କୁମାର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ନୂତନ ଭାବେ ଚୟନ ହୋଇଥିବା ସଭାପତି ଶ୍ରୀବତ୍ସ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।