ପୌରପରିଷଦ ଉପାଧ୍ୟକ୍ଷ ପଦରୁ ସୁଧାଂଶୁ ନିଲମ୍ବିତ
ଉମରକୋଟ : ଉମରକୋଟ ପୌର ପରିଷଦ ଉପାଧ୍ୟକ୍ଷ ସୁଧାଂଶୁ ଦାସଙ୍କୁ ବିଜେଡି ଦଳରୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ରାଜ୍ୟ ବିଜେଡିର ଉପ ସଭାପତି ପ୍ରତାପ ଜେନା ନିଲମ୍ବନ ପତ୍ରରେ ଉଲ୍ଲେଖ କରିଛନ୍ତି । ସୁଧାଂଶୁ ଦାସଙ୍କ ନିଲମ୍ୱନ ପରେ ଆଗାମୀ ୧୦ ତାରିଖ ଦିନ ପୌରଧକ୍ଷା ରାଧା ଭତ୍ରାଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଓ ଆବଶ୍ୟକ ପଡ଼ିଲେ କାଉନସିଲର ମାନଙ୍କ ଭୋଟିଂ ହେବା ସମ୍ଭାବନା ଥିବାବେଳେ, ଦଳୀୟ ନିଷ୍ପତି କିପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।