"ପ୍ରକାଶ ଅନୁଭୂତି ପ୍ରକାଶ'ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ

ବ୍ରହ୍ମପୁର: ପ୍ରିଣ୍ଟ ଓ ଟିଭି ମିଡ଼ିଆରେ ନିଜର ୩୦ ବର୍ଷର ଅଭିଜ୍ଞତାକୁ ନେଇ ଲେଖିଥିବା ପୁସ୍ତକ "ପ୍ରକାଶ ଅନୁଭୂତି ପ୍ରକାଶ'କୁ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ତଥା କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପୁସ୍ତକ ପ୍ରଦାନ କରିଛନ୍ତି । ସାମ୍ବାଦିକତାକୁ ପେଷା ରୂପେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ସାମ୍ବାଦିକଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେବା ପାଇଁ ଏହି ପୁସ୍ତକରେ ପ୍ରକାଶ ପାଇଥିବା ତାଙ୍କ ଅନୁଭୂତି ବେଶ୍ ସହାୟକ ହେବ ବୋଲି ଆଶା କରାଯାଇଛି । ଏହି ପୁସ୍ତକଟି ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ବିଶେଷ କରି ସାମ୍ବାଦିକତା ମହଲରୁ ଶୁଭେଚ୍ଛା ମିଳିଥଲା । ମୁଖ୍ୟମନ୍ତ୍ରୀ ପୁସ୍ତକ ଗ୍ରହଣ କରି ପ୍ରକାଶ ପଟ୍ଟନାୟକଙ୍କୁ ଅନେକ ଶୁଭେଚ୍ଛା ଜଣାଇଥିଲେ । ପୁସ୍ତକଟି ପ୍ରକାଶ ପାଇବା ପରେ ଏହାକୁ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉନ୍ମୋଚନ କରିଥିଲେ ।