ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ପାଳିତ

 ସିଂହପୁର : ସ୍ୱାଧୀନତା ସଂଗ୍ରାମୀ କର୍ଣ୍ଣଲ ସେକ ମେହବୁବ ଅହମଦଙ୍କ୧୦୫ତମ ଜନ୍ମଜୟନ୍ତୀ ସୟଦପୁର ସରକାରୀ ଜୁନିଅର ଏଣ୍ଡ ସିନିଅର ମଦ୍ରାସାରେ ପାଳନ କରାଯାଇଛି । ମଦ୍ରାସାର ଅଧ୍ୟକ୍ଷ ସେକ ଅନୱାରୁଲ ହକଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ କର୍ଣ୍ଣଲ ସାହେବ ଦେଶମାତୃକା ପାଇଁ ତ୍ୟାଗ, ବଳିଦାନ, ବୀରତ୍ୱ, ନେତୃତ୍ୱ ଓ ପରାକ୍ରମ ନିଶ୍ଚିତ ଭାବେ ଆଗାମୀ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସବୋଲି ବକ୍ତା ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ମେହମୁଦୂଲ୍ ହସନ, ଶେଖ୍ ଜକିଉଲ୍ଲା ମହମ୍ମଦ ଅବୁଜର, ଆମେନା ଖାତୁନ, ଆରଜୁ ତମନ୍ନା, ଆଜÿିମା ଫିରଦୌସ, ଆଫ୍ରିନ କୌଶର, ଶକିରୁଦ୍ଦିନ ଖାନ ପ୍ରମୁଖ ଯୋଗ ଦେଇଥିଲେ ।