ଗଡିଲା ବିକାଶ ବାହନ

 ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକରେ ସରକାରଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରସ୍ତୁତ ବିକାଶ ବାହନ ଖଇରା ବ୍ଲକରେ ଗୁରୁବାର ଠାରୁ ଗଡିଛି । ଖଇରା ବ୍ଲକ ପରିସରରେ ଉକ୍ତ ରଥକୁ ବିଡିଓ ନାରାୟଣ ସାହୁ, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ତହସିଲଦାର ଅମିତ ରଞ୍ଜନ ହୋତା, ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ବ୍ୟତିତ ମୁଖ୍ୟକିରାଣୀ ବ୍ରହ୍ମାନନ୍ଦ ଦାସ,ସିଡିପିଓ ଉର୍ମିଳା ବେହେରା, ରୁଦ୍ରମାଧବ ବେହେରା, ସିପି ଶଶିକାନ୍ତ ଦାସ, ଜିପିଓ ଅଶୋକ ପାତ୍ର, ସାମାାଜିକ ସୁରକ୍ଷା ଅଧିକାରୀ ସରୋଜ କୁମାର ନାୟକଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ପରେ ଏହି ବିକାଶ ବାହନ ରଥ ପଳସା,ଗୋଳିହା ଓ ନହଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଯୋଜନା ସମ୍ପର୍କରେ ଭିଡିଓଗ୍ରାଫି ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।