୯ରେ କୁଜଙ୍ଗ ବନ୍ଦ ଡାକରା : କ୍ଷତି ସହିବେ ବ୍ୟବସାୟୀ ଓ ସାଧାରଣ ଜନତା

 କୁଜଙ୍ଗ: କୁଜଙ୍ଗକୁ ଏନ୍ଏସି ଘୋଷଣା ଦାବିନେଇ ସଚେତନ ନାଗରିକ ମଞ୍ଚ ତହସିଲଦାରଙ୍କ ଜରିଆରେ ସରକାରଙ୍କୁ ଦାବି ଜଣାଇବା ସହ ବିଭିନ୍ନ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି । ଏହିପରିପ୍ରେକ୍ଷୀରେ ଆସନ୍ତା ୯ ତାରିଖ ମଙ୍ଗଳବାର ଦିନ କୁଜଙ୍ଗ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ସାପ୍ତାହିକ ହାଟ ରହୁଥିବାରୁ ହାଟ ଉପରେ କୁଜଙ୍ଗ ସଂଲଗ୍ନ ବିଭିନ୍ନ ପଂଚାୟତର ଚାଷୀ ନିଜର ବ୍ୟବସାୟ କରନ୍ତି । ଏହାସହିତ ପାରାଦ୍ୱୀପରେ ଥିବା ବିଭିନ୍ନ କମ୍ପାନୀ ପାଖାପାଖି ୧୦ରୁ ଊଦ୍ଧ୍ୱର୍ ପଞ୍ଚାୟତ ଏହି ହାଟ ଉପରେ ନିର୍ଭର କରନ୍ତି । କୁଜଙ୍ଗ ବନ୍ଦ କରିବା କେତେଦୁର ଯଥାର୍ଥ ତାହା ସାଧାରଣ ଜନତା ବିଚାର କରିବେ । ସ୍ଥାନୀୟ ପ୍ରଶାସନ ଓ ନାଗରିକ ମଞ୍ଚ ଭିତରେ କୁଜଙ୍ଗକୁ ଏନ୍ଏସି କରିବା ପାଇଁ ଯେଉଁ ବାଦ ବିବାଦ ଚାଲିଛି ଏଥିରେ ନିରୀହ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ଯାଉଛନ୍ତି । କୁଜଙ୍ଗକୁ ଏନ୍ଏସି ଦାବି କରିବା ଯଥାର୍ଥ କିନ୍ତୁ ସମୁଦାୟ ଘଟଣାକୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ଦୁର୍ଭାଗ୍ୟ ଜନକ । ସଚେତନ ନାଗରିକ ମଞ୍ଚର କହିବା କଥା ପୂର୍ବ ସରକାର କୁଜଙ୍ଗକୁ ଏନ୍ଏସି ଘୋଷଣା କରିଥିଲେ । ବର୍ତମାନର ସରକାର ମାନ୍ୟତା ଦେଉନାହାନ୍ତି । ଗତ ଦୁଇ ଦିନ ତଳେ ପାରାଦୀପର ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭିଡିଓ ବାର୍ତା ମାଧ୍ୟମରେ ଘୋଷଣା କରିବା ଏବଂ ମାନ୍ୟତା ପ୍ରଦାନ କରିବା ସମ୍ବନ୍ଧରେ ତଥ୍ୟ ଭିତିକ ବାର୍ତା ଦେବା ସତ୍ୱେ ନଛୋଡ ବନ୍ଧା ନିତୀରେ ନାଗରିକ ମଞ୍ଚ । ପ୍ରକୃତ କଥା ହେଲା ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନକୁ ଚିଠି କରିବେ ସ୍ଥାନୀୟ ପ୍ରଶାସନ ସେହିସବୁ ପଂଚାୟତକୁ ଚିଠି ମାଧ୍ୟମରେ ଅଗବତ କରାଇବେ ଯେଉଁ ପଞ୍ଚାୟତ ଗୁଡିକ ଏନ୍ଏସି ପରିସରଭୁକ୍ତ ହେବାପାଇଁ ଯାଉଛନ୍ତି । କାହିଁକି ଗୁଡାଏ ଏନ୍ଏସି ଘୋଷଣା କରାଗଲା ଆମର କାହିଁକି ହେଲା ନାହିଁ ଏସବୁ ନିହାତି ଏକ ଅଯୌକ୍ତିକ ପ୍ରଶ୍ନ ଅଟେ । ସାଧାରଣ ଜନତା ଓ ବ୍ୟବସାୟୀଙ୍କୁ ଭ୍ରମିତ କରି ଶ୍ରେୟ ନେବାପାଇଁ ଏବଂ ଲୋକ ଲୋଚନରେ ସରକାରଙ୍କ ଛବିକୁ ଖରାପ କରିବା ପାଇଁ ଏହା ଏକ ଭିନ୍ନ ରାଜନୈତିକ ଷଡ଼ଯନ୍ତ୍ର ନୁହେଁତ? ଅତିତରେ ଚାଷୀଙ୍କ ପାଇଁ ଆନେ୍ଦାଳନ କରିଥିବା ଏକ ରାଜନୈତିକ ଦଳ ତାଳଦଣ୍ଡା କେନାଲରେ ପାଣି ଆସିବା ଭଳି ଘଟଣା ସଦୃଶ ନୁହେଁତ? କୁଜଙ୍ଗବାସୀ ଏହାର ବିଚାର କରିବେ ।