ସାଗର କବଚ ଅଭ୍ୟାସ ଉଦ୍ୟାପିତ

ପାରାଦୀପ: ରାଜ୍ୟ ସାମୁଦ୍ରିକ ଉପକୂଳର ସୁରକ୍ଷା ବ୍ୟବସ୍ଥାପନାକୁ ଟତ ପରୀକ୍ଷଣ କରିବା ପାଇଁ  ମାର୍ଚ୍ଚ ୧୯ ଓ ୨୦  ଦୁଇ ଦିବସୀୟ ସୁରକ୍ଷା ଅଭ୍ୟାସ ‘ସାଗର କବଚ ଉଦ୍ୟାପିତ ହୋଇଯାଇଛି । ଏହି ଅଭ୍ୟାସ ସମୟରେ, ରାଜ୍ୟର ଉପକୂଳ ସୁରକ୍ଷା ମାନଦଣ୍ଡ ଗୁଡ଼ିକୁ ବ୍ୟାପକ ଅଭ୍ୟାସ ମାଧ୍ୟମରେ ପ୍ରମାଣିତ କରାଯାଇଥିଲା । ଏହି ଅଭ୍ୟାସଟି ତଟ ରକ୍ଷକ କମାଣ୍ଡର (ଉତ୍ତର ପୂର୍ବ) ଦ୍ୱାରା ସମନ୍ୱୟ କରାଯାଇଥିଲା । ଅଭ୍ୟାସର ମୂଳ କେନ୍ଦ୍ର ରାଜ୍ୟ ଉପକୂଳ ସୁରକ୍ଷା ପରିଚାଳନା କେନ୍ଦ୍ର, ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ -୭, ପାରାଦୀପ  ରହିଥିଲା । ଯେଉଁଠାରେ ବିଭିନ୍ନ ଅଭ୍ୟାସ ପରିସ୍ଥିତିକୁ ପରିଚାଳନା କରାଯାଇଥିଲା । ଯେପରି ଆତଙ୍କବାଦୀ ମାଛ ଧରିବା ଡଙ୍ଗାକୁ ଅପହୃତ କରିବା, ଅବୈଧ ପଦାର୍ଥ ଚୋରାଚାଲାଣ, ପଣ୍ୟବାହୀ ଜାହାଜକୁ ଅପହୃତ କରିବା, ବୋମା ବିସ୍ଫୋରଣ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ଆକ୍ରମଣ କରିବା, ସମୁଦ୍ର ଓ ନଦୀରେ ଅଧିକାରୀକ ସୁରକ୍ଷାରେ ଭାରତୀୟ ତଟ ରକ୍ଷକ, ଭାରତୀୟ ନୌବାହିନୀ, ସାମୁଦ୍ରିକ ପୋଲିସ୍, ରାଜ୍ୟ ପୋଲିସ, ବନ୍ଦର ଅଧିକାରୀ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ମତ୍ସ୍ୟ ବିଭାଗ, ରାଜ୍ୟ ଗୁଇନ୍ଦା ବିଭାଗ ଏବଂ କଷ୍ଟମ୍ସ ବିଭାଗ ଆଦି ଅଂଶଗ୍ରହଣ କରିଥିଲେ । ଏହି ସୁରକ୍ଷା ଅଭ୍ୟାସରେ ଜିଲ୍ଲା ପୋଲିସ ଏବଂ ବନ୍ୟ ବିଭାଗ ମଧ୍ୟ ଅଂଶଗ୍ରହଣ କରିଥିଲେ । ଅନ୍ୟପକ୍ଷରେ, ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ବଳର ଆଖି ଏବଂ କାନ ଭାବରେ ସକ୍ରିୟ କରାଯାଇଥିଲା । ଓଡିÿଶା ରାଜ୍ୟର ୪୮୦ କିମି ବନ୍ଦର ଅଞ୍ଚଳରେ ୩.୬ ଲକ୍ଷ ମତ୍ସ୍ୟଜୀବୀ ଏବଂ ୧୯,୦୦୦ ଟି ମାଛଧରା ବୋଟ୍ କାର୍ଯ୍ୟରତ ଅଛି । ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ଏବଂ ଅନ୍ୟାନ୍ୟ ବନ୍ଦର ଏହି ଅଞ୍ଚଳର ମୁଖ୍ୟ ସାମୁଦ୍ରିକ ସଂସ୍ଥାନ ଅଟେ । ଏହି ସଂସ୍ଥାନ ଗୁଡ଼ିକ ଓଡ଼ିଶା ର ପ୍ରମୁଖ ନଦୀ ମୁଖ ଓ ସାମୁଦ୍ରିକ ଉପକୂଳରେ ଅବସ୍ଥିତ ଥିବାରୁ ସୁରକ୍ଷା ବିଭାଗ  ପାଇଁ ଏହାର ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ଏହି ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା  ସମନ୍ୱୟ ଜରୁରୀ ଅଟେ । ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର  ଏକାଠି ହୋଇ ଏପରି ଅଭ୍ୟାସ ଆୟୋଜନ କରି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥାନ୍ତି । ଅଭ୍ୟାସ ଦ୍ୱାରା ଉକ୍ରୃଷ୍ଟ ପରିଚାଳନା  ଉପରେ ଉଚ୍ଚସ୍ତରରେ ଆଲୋଚନା କରାଯାଇଥିଲା । ଏହା ଆଧାରରେ ତଟ ସୁରକ୍ଷା ପ୍ରଣାଳୀ,  ଏବଂ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।