ଗଙ୍ଗାଧର ମେହେରଙ୍କ ଜୟନ୍ତୀ 

 ବରଗଡ଼:  ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁର ମନ୍ଦିର ଡ୍ୟାନସ୍ ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଙ୍ଗାଧର କାବ୍ୟ ଗାନ ପରେ ସମ୍ପାଦକ ବିଶ୍ୱଜିତ୍ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ତ୍ରିନାଥ ତ୍ରିପାଠୀ ମାନପତ୍ର ପାଠ କରିଥିବାବେଳେ ବରିଷ୍ଠ ଓ ବିଶିଷ୍ଠ ସଦସ୍ୟ ଶିରିଶ ବଲ୍ଲଭ ମିଶ୍ର ସାମ୍ବାଦିକ ସୁରେନ୍ଦ୍ର ହୋତାଙ୍କ କରକମଳରେ ଚଳିତ ବର୍ଷର ଗଙ୍ଗାଧର ସ୍ମୃତି ସମ୍ମାନରେ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ବବୃବାହନ ମହାପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମୋହନ ସାହୁ ଯୋଗ କବି ଗଙ୍ଗାଧର ମେହେରଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋଚନାକରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ତ୍ରିନାଥ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।