ଯୁବକଙ୍କୁ ଆକ୍ରମଣ ଆଭିଯୋଗ

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଶାନ୍ତି ନଗରପଡାରେ ଯୁବକଙ୍କୁ ଗୁଳି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଳ୍ପକେ ବର୍ତ୍ତିଥିବା ଯୁବକ ଗୌରବ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଆଜି ସକାଳ ୬ ଘଣ୍ଟା ସମୟରେ  ଯୁବକ ପ୍ରାତ ଭ୍ରମଣ କରି ଫେରୁଥିବା ବେଳେ ତାକୁ ଆକ୍ରମଣ ହୋଇଛି । ଘର ସମ୍ମୁଖ ବୁଦା ପାଖରେ  ଦୁଇ ଯୁବକ ଥିବା ଦେଖିବାକୁ ପାଇ  ଗୌରବ ଦୌଡ଼ି ଥିଲେ । ଏହି ସମୟରେ ଯୁବକ ଉପରକୁ ଆକ୍ରମଣ ହୋଇଥିବା କହିଥିଲେ । ଗୁଳି ଚାଳନା ଏହି ଘଟଣା ନେଇ ସିସିଟିଭି ଅନୁଧ୍ୟାନ କରିଥିଲେ । ପରେ ଗୌରବ ଅଗ୍ରୱାଲ(୨୦) ନିଜ ପରିବାର ସହ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରେ ସତ୍ୟତା ନେଇ ଅନୁଧ୍ୟାନ କରିଥିବା ବେଳେ ପାରିପାର୍ଶ୍ୱିକ ଅବସ୍ଥା, ସିସିଟିଭି ଫୁଟେଜରେ ମଧ୍ୟ ବନ୍ଧୁକ ଗୁଳି କାଣ୍ଡ ଘଟଣା ନେଇ ତଦନ୍ତ କରୁଥିବା ଆସିଆଇସି ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି ।