ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ
ବାଲିଅନ୍ତା : ପ୍ରାକୃତିକ ବିପର୍ଯ୍ୟୟ ନିମନ୍ତେ ଏକ ପ୍ରାକ ପ୍ରସ୍ତୁତୀ ବୈଠକ ବାଲିଅନ୍ତା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ କସ୍ତୁରୀବାଳା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲିଅନ୍ତା ଥାନା ପୁଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ଆଦି ସମସ୍ତ ବିଭାଗୀୟ ଅଧିକାରୀ ସମେତ ଜନପ୍ରତିନିଧି ମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ନିମନ୍ତେ କିଭଳି ପ୍ରସ୍ତୁତ ରହିବେ ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସାମ୍ଭାବ୍ୟ ବାତ୍ୟା ହେଉ କିମ୍ବା ବନ୍ୟା ହେଉ କିଭଳି ମୁକାବିଲା କରିବା ସହ ସାଧାରଣ ଲୋକେ, ଗୃହପାଳିତ ପଶୁ ଆଦି ଧନଜୀବନକୁ ସୁରକ୍ଷା ଦେବା ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା