ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ 

 ବରୀ : ବରୀ ବ୍ଲକ ସ୍ଥିତ ଭଅଁରା ପଞ୍ଚାୟତ ରାଇପୁର ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଅନୁଷ୍ଠିତ ହେଇଛି । ଏଥିରେ  ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ପଣ୍ଡା, ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ପଲାଇ, ପଞ୍ଚାୟତ ପିଓ ଧ୍ରୁବ ଚରଣ ଦାସ, ଅମୀୟ ଜେନା, ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା ପଲିଶ୍ରୀରୁ ରାଜୀବ ମଲ୍ଲିକ ପ୍ରମୁଖ ଯୋଗଦେଇଥିବା ବେଳେ, ବରୀ ଅଗ୍ନିଶମ ବିଭାଗ ପକ୍ଷରୁ ଅଞ୍ଜନ ମହାନ୍ତି, କନେଷ୍ଠବଳ ଏସ୍ ସାହୁ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା, ବନ୍ୟା ସମୟରେ ଲୋକଙ୍କୁ କିପରି ସୁରକ୍ଷା ଦେବା ସହ ସୁରକ୍ଷିତ ସ୍ଥାନକୁ ରେସକୁ୍ୟ କରିବା, ଗଛ ଡାଳ କାଟିବା, ଫାୟରଫିଟିଙ୍ଗ, ନଦୀ, ନାଳ, ପୋଖରୀରୁ ଲୋକଙ୍କୁ କେମିତି ଉଦ୍ଧାର କରିବା ଆଦି ବିଭିନ୍ନ ସ୍କୁଲ ସହିତ ବାତ୍ୟା ଆଶ୍ରୟସ୍ଥଳୀରେ ଛାଡିବାର ପ୍ରଶିକ୍ଷଣ ସହିତ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଯୁବକ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ନେଇଥିବା ଲୋକଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରଣାମପତ୍ର ଅତିଥିମାନେ ବଣ୍ଟନ କରିଥିଲେ ।