ବିକାଶ ମେଳାରେ ସୀମାନ୍ତ କଲେଜର ସଫଳତା

 ସାରସକଣା : ଓଡ଼ିଶା ରାଜ୍ୟ ଶାସନର ସଫଳ ଏକ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୀମାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଦୀକ୍ଷିତ ପ୍ରବନ୍ଧରେ ଓ ଛାତ୍ର ଶିବ ରଣା ଚିତ୍ରକଳାରେ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକସ୍ତରରେ ଅନୁଷ୍ଠିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଶ୍ରେଷ୍ଠ ଦୁଇଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଜିଲ୍ଲାସ୍ତରର ଅନୁଷ୍ଠିତ ପ୍ରତିଯୋଗିତାରେ "ମୋ ସ୍ୱପ୍ନର ଭାରତ ୨୦୪୭’ ବିଷୟ ବସ୍ତୁ ଉପରେ ପ୍ରବନ୍ଧ ଲେଖି ସିନିୟର ବିଭାଗରେ ଛାତ୍ରୀ ଶୁଭଶ୍ରୀ ଦୀକ୍ଷିତ ସମଗ୍ର ଜିଲ୍ଲାରେ ପ୍ରଥମ ଓ ଛାତ୍ର ଶିବାକୁମାର ରଣା ସମାନ ବିଷୟ ବସ୍ତୁ ଉପରେ ଚିତ୍ର ଅଙ୍କନ କରି ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିକଟରୁ କୃତିତ୍ୱର ପ୍ରମାଣ ପତ୍ର ସହ ୫ ଦଜାର ଟଙ୍କା ଅର୍ଥରାଶି ଲାଭ କରିଛନ୍ତି । ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଛାତ୍ରଛାତ୍ରୀଙ୍କ ଏଭଳି କୃତିତ୍ୱ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଗାଇଡ ଶିକ୍ଷକ ଶିଶିର ପଟ୍ଟନାୟକ ଓ ଅଧ୍ୟାପିକା ପ୍ରାଚୀପ୍ରଭା ପଢିଆରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।