ପ୍ରାଚୀ ନଦୀରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ 

  ନିଆଳି: ନିଆଳି ବ୍ଲକ ଅଁଳ ପଞ୍ଚାୟତ ଦେଇ ଯାଇଥିବା ପ୍ରାଚୀ ନଦୀରେ ତ୍ରିବେଣୀ ତୁଠରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ପିତୃ ପୁରୁଷଙ୍କ ଲାଗି ପିଣ୍ଡଦାନ କରିଛନ୍ତି । ଗଙ୍ଗାରୁ ହଜାର ବର୍ଷ ପବିତ୍ର କୁହାଯାଉଥିବା ପ୍ରାଚୀ ନଦୀରେ ବୁଡ଼ ପକାଇଲେ ମାନସିକ ପୂର୍ଣ୍ଣ ହେବା ଶହ ରୋଗ ବୈରାଗ୍ୟ ହୋଇ ନଥାଏ । ଏହି ତିଥିରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ମତ ଏମିତିକି ପିଲାମାନଙ୍କ ମାନସିକ ପାଇଁ ଲଣ୍ଡା କରି କେଶ ପକାଇଥାନ୍ତି । ଉକ୍ତ ଜାଗାଟି ନିଆଳି ଓ ବାଲି ପାଟଣା ବ୍ଲକର ସୀମାରେ ହୋଇଥିବା ବେଳେ ଆଜି କଟକ ଓ ଖୋର୍ଦ୍ଧା, ଜଗତସିଂପୁର ଓ ପୁରୀ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।