ଫୁଟବଲ୍ ପ୍ରତିଯୋଗିତା: ସେମିରେ ଚାଉଳିଆଗଞ୍ଜ
ସାଲେପୁର: ସାଲେପୁର ସ୍ପୋଟର୍୍ସ ଏକାଡେମୀ ପକ୍ଷରୁ ସାଲେପୁର ହାଇସ୍କୁଲ ଖେଳପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତାର ଆଜି ତୃତୀୟ ଦିନ ଖେଳ କେବିଏଫ୍ସି ଚାଉଳିଆଗଞ୍ଜ ଓ ୟୁବିସି ଭୀମରାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କଟକ ଚାଉଳିଆଗଞ୍ଜ ଟିମ୍ ୨-୦ ଗୋଲରେ ଭୀମରାଜପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଆଜିର ଏହି ଖେଳରେ ସାଲେପୁର ଏସ୍ଡିପିଓ ବିରଞ୍ଚôନାରାୟଣ ପତି ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ହିମାଂଶୁ ମହାନ୍ତି, ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ସାଲେପୁର ବାର ଆସୋସିଏସନ୍ର ସଭାପତି ବିକ୍ରମ କେଶରୀ ବଳ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଖେଳକୁ ଅବଦୁଲ ମାର୍ଟିନ୍, ଅଶୋକ କୁମାର ସେଠୀ, ଟୁକୁନା ଭୋଇ ଖେଳ ପରିଚାଳନା କରିଥିବାବେଳେ ରସାନନ୍ଦ ସାମଲ ଚତୁର୍ଥ ରେଫରୀ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ଆଜିର ଏହି ଖେଳକୁ ସାଲେପୁର ସ୍ପୋର୍ଟସ ଏକାଡେମୀର ସଭାପତି ପ୍ରଦୀପ୍ତ କର, ସମ୍ପାଦକ ରାଜେଶ ଭୂୟାଁ, ପ୍ରସନ୍ନ କୁମାର ମଲ୍ଲ, ରମେଶ ଚନ୍ଦ୍ର ନାୟକ, ଏହି ଉଦ୍ଘାଟନୀ ମ୍ୟାଚ୍କୁ ପରିଚାଳନା କରିଥିଲେ ।