"ଫେରିବାକୁ ହେବ ଦିନେ’ ଉନ୍ମୋଚିତ

  ରାଇଘର :  ସନାତନ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ତପନ କଲ୍ୟାଣ ମଣ୍ଡପ ଠାରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ପୁସ୍ତକ ଉନ୍ମୋଚନ ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନ ଡ. ଦୀନବନ୍ଧୁ ନନ୍ଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଦସ୍ୟ ବଲ୍ଲଭ ରାଉତ, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ପ୍ରୀତି ସ୍ନିଗ୍ଧା ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ମନୋରମା ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର ଭୁକ୍ତା, ସମୀକ୍ଷକ ଭାବେ ଅଭିରାମ ଲେଙ୍କା, ବ୍ୟଙ୍ଗ କବି ମଞ୍ଚାସୀନ ଥିବାବେଳେ କବି ଗୈରାଙ୍ଗ ପାଲ୍ଙ୍କ କବିତା ପୁସ୍ତକ "ଫେରିବାକୁ ହେବ ଦିନେ’ ଉନ୍ମୋଚିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ସଂଗ୍ରାମ କିଶୋର ପରିଡା କରିଥିବା ବେଳେ ସାଗର କୁମାର ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରବିନ୍ଦ୍ର ବାହିନପତି ପ୍ରାରମ୍ଭିକ ସଙ୍ଗୀତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରୀତି ସିଗ୍ଧା ମହାପାତ୍ର, ହେମଲତା ମାଝୀ, କାର୍ତ୍ତିକ ମଲ୍ଲିକ, ଟୁଟୁ ବାବୁ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ରାଉତ ଓ ମିହିର କାନ୍ତି ଢାଲିଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଲୋକେଶ କୁମାର ଜେନା ଧନ୍ୟବାଦ ଦେଇ ପ୍ରଥମ ଅଧିବେଶନର ପରିସମାପ୍ତି ଘଟିଥିଲା । ଦ୍ୱିତୀୟ ଅଧିବେଶନ ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ରାଜକିଶୋର ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ ଓ ମହାନନ୍ଦ ମହାଳିକ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପରୀକ୍ଷିତ ସାହୁ ଓ ଧନଞ୍ଜୟ ମଲ୍ଲ ପରିଚାଳନା କରିଥିଲେ ।