ବିଶ୍ୱ ପାଙ୍ଗୋଲିନି ଦିବସ
ବାରଙ୍ଗ: ନନ୍ଦନକାନନରେ ବିଶ୍ୱ ପାଙ୍ଗୋଲିନ୍ ଦିବସ ପାଳିତ ହୋଇଯାଇଛି । କଲେଜ ଛାତ୍ରମାନଙ୍କ ପାଇଁ ପାଙ୍ଗୋଲିନ୍ ସଂରକ୍ଷଣ ଉପରେ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ (ପଟିଆ), କୁଞ୍ଜ ବିହାରୀ ଡିଗ୍ରୀ କଲେଜ (ବାରଙ୍ଗା), ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ ଏବଂ ପାଙ୍ଗୋଲିନ୍ ସଂରକ୍ଷଣ ପ୍ରଜନନ କେନ୍ଦ୍ରର ପଶୁପାଳକ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡକ୍ଟର ରାଜେଶ କୁମାର ମହାପାତ୍ରଙ୍କ ଦ୍ୱାରା ଏକ ବିଶେଷଜ୍ଞ ଆଲୋଚନା କରାଯାଇଥିଲା । ଏହି ଅବସରରେ ପାଙ୍ଗୋଲିନ୍ ସଂରକ୍ଷଣ ପ୍ରଜନନ କେନ୍ଦ୍ରର କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା ।