ଧନୁଯାତ୍ରା ଫିଲ୍ମ ଓ କଫି ଟେବୁଲ ବୁକ୍ ଉନ୍ମୋଚିତ
ବରଗଡ଼ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବରଗଡ଼ ଧନୁଯାତ୍ରା ମହୋସôବର ସାଧାରଣ ଓ କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋସôବ-୨୦୨୫ର ଭବ୍ୟ ସଫଳତା ପରେ ଆୟ-ବ୍ୟୟ ବିଷୟରେ ବିସ୍ତୃତ ଆଲୋଚନା ନେଇ ଆୟୋଜିତ ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ,ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନ, ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁ, ଧନୁଯାତ୍ରା ମହୋସôବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ତଥା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ଅତିଥି ତଥା ଲୋକ ପ୍ରତିନିଧି ଧନୁଯାତ୍ରାର ଅଭୂତପୂର୍ବ ସଫଳତାକୁ ସ୍ୱୀକାର କରି ଆୟୋଜକ କମିଟିର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ଧନୁଯାତ୍ରା ମହୋସôବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ବରଗଡ଼ ଧନୁଯାତ୍ରା ମହୋସôବ-୨୦୨୫ ସମ୍ବନ୍ଧୀୟ ଆର୍ଥିକ ବିବରଣୀ ତଥା ଆୟ-ବ୍ୟୟ ବିଷୟରେ ସ୍ପଷ୍ଟ ଭାବେ ଉପସ୍ଥାପନା କରିଥିଲେ । ଏହାପରେ ଧନୁଯାତ୍ରା ଉପରେ ନିର୍ମିତ ଡକୁ୍ୟମେଣ୍ଟାରୀ ଫିଲ୍ମ ଓ ଏକ ଆକର୍ଷଣୀୟ କଫି ଟେବୁଲ ବୁକ୍ର ଉନ୍ନମୋଚନ କରାଯାଇଥିଲା । ଏହି ଦୁଇଟି ସୃଜନାତ୍ମକ ପ୍ରସ୍ତୁତି ବରଗଡ଼ ଧନୁଯାତ୍ରା ମହୋସôବର ଐତିହ୍ୟ, ସଂସ୍କୃତିକ ବୈଭବ ତଥା ଗୌରବକୁ ସ୍ଥାୟୀ ରୂପ ଦେବା ଉଦେ୍ଦଶ୍ୟରେ ପ୍ରସ୍ତୁତ କରାଯାଇଛି । ଏହା ଓଡିଶାର ଏହି ବୈଶିଷ୍ଟ୍ୟପୂର୍ଣ୍ଣ ଉସôବକୁ ଦେଶ ଓ ବିଦେଶରେ ଅଧିକ ପ୍ରଚାର କରିବାରେ ସାହାଯ୍ୟ କରିବ ବୋଲି ବୌଠକରେ ମତ ରଖିଥିଲେ ।