ଆନ୍ତର୍ଜାତିକ ୬୪ ଯୋଗିନୀ ମହୋସବ ଉଦ୍ଘାଟିତ
ବାଲିଅନ୍ତା: ବାଳକାଟି ସ୍ଥିତ ହୀରାପୁର ଗ୍ରାମର ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠ ପରିସରରେ ୧୮ ତମ ଆନ୍ତର୍ଜାତିକ ୬୪ ଯୋଗିନୀ ମହୋସôବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନବ କିଶୋର ମଲ୍ଲିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଉଦଘାଟନ ଉସôବରେ ଓଡିଶୀ ନୃତ୍ୟରେ ଝୁମିଥିଲେ ଦର୍ଶକ । ଆନ୍ତର୍ଜାତୀକ କ୍ଷାତିସମ୍ପନ୍ନ ନୃତ୍ୟଅନୁଷ୍ଠାନ "ଆରାଧନା ଡ୍ୟାନ୍ସ ଏକାଡେମୀ'ର କଳାକାରଙ୍କ ଦଳଗତ ପ୍ରସ୍ତୁତି ନବକିଶୋର ମିଶ୍ରଙ୍କ ରଚନାରେ ସୁକାନ୍ତ କୁମାର କୁଣ୍ଡୁ ଓ ରୂପକ କୁମାରଙ୍କ ସଙ୍ଗୀତ ରଚନା, ଗୁରୁ ଧନେଶ୍ୱର ସ୍ୱାଇଁ ଓ ଅଜୟ ଚୌଧୁରୀଙ୍କ ବାଦ୍ୟ ସଂଯୋଜନା ଏବଂ ଗୁରୁ ଚିତ୍ରସେନ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ କଳାକାରଙ୍କ ଦ୍ୱାରା ନୃତ୍ୟ "ବାର ମାସ ତେରପର୍ବ- ପର୍ବର ରଙ୍ଗ' ପରିବେଷଣ ବେଶ ମନ୍ତ୍ରମୁଗ୍ଧ କରିଥିଲା ଦର୍ଶକଙ୍କୁ । ଆଜିର ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅଧ୍ୟାପକ ସଚ୍ଚିକାନ୍ତ ନାୟକ ଓ ସାଥି କଳାକାରଙ୍କ ଦ୍ୱାରା ମା' ୬୪ ଯୋଗିନୀ ଉପରେ ଆଧାରିତ "ଜଗତ ଜନନୀ' ସଙ୍ଗୀତ ପରିବେଷଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଦ୍ୱିତୀୟ ପ୍ରସ୍ତୁତୀରେ ମୟୁରଭଞ୍ଜ ଜିଲ୍ଲା ବାରିପଦାର ଲୋକକଳା ଛଉନୃତ୍ୟ ପରିବେଷଣ ହୋଇଥିଲା । ଗୁରୁ ପ୍ରଦୁ୍ୟମ୍ନ କୁମାର ମହନ୍ତଙ୍କ ନୃତ୍ୟ ସଂଯୋଜନାରେ ପ୍ରାୟ ୧୫ ଜଣ କଳାକାର ଏହି ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବା ଉକôଳ ପାଇକ ଆଖଡ଼ାର କଳାକାରମାନେ ବିଭିନ୍ନ ସମରକଳା ପ୍ରଦର୍ଶନ କରି ଓଡ଼ିଆ ପୁଅର ବିରତ୍ୱର ଗାଥାକୁ ପ୍ରସ୍ପୁଟିତ କରିଥିଲେ । ଏହି ଉଦଘାଟନ ଉସôବର ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାଶବକ ଦ୍ୱାରା ରଚିତ "ମୋ ଗାଁ ହୀରାପୁର' ପୁସ୍ତିକା ଉନ୍ମୋଚନ ହୋଇଥିଲା । ପରିବେଷଣ କରିଥିବା ସମସ୍ତ କଳାକାରଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହୀରାପୁର ଗ୍ରାମ୍ୟ କମିଟି ସଦସ୍ୟ ସମେତ ଶିକ୍ଷାବିତ ବ୍ରଜ କିଶୋର ମହାନ୍ତି, ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ଅଚୁ୍ୟତାନନ୍ଦ ପାତ୍ର, ପ୍ରଦୀପ୍ତ ଜେନାମାଣି, କିଶୋର ଜେନା, ମାନସ ନାୟକ, ଗଙ୍ଗାଧର ମାହାରୀ, ଗଙ୍ଗାଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।