ବନମାଳୀ ଦାସଙ୍କ ଶ୍ରାଦ୍ଧବାର୍ଷିକୀ
ନୀଳଗିରି: ନୀଳଗିରି ଉପଖଣ୍ଡ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ବନମାଳୀ ଭବନ ପରିସରରେ ନୀଳଗିରି ଗଡଜାତ ସ୍ୱାଧୀନତାର ଅନନ୍ୟ ବିନ୍ଧାଣୀ ସ୍ୱର୍ଗତ କମ୍ରେଡ ବନମାଳୀ ଦାସଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି । ବର୍ଷିୟାନ କୃଷକ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବପ୍ରଥମେ ସ୍ୱର୍ଗତ ଦାସଙ୍କ ଫୋଟୋଚିତ୍ରରେ ଉପସ୍ଥିତ ସାଥିମାନଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ ବନମାଳୀ ଦାସଙ୍କ ଜିବନୀ ବିଷୟରେ ଆଲୋକପାତ କରିଥିଲେ ।