ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ: ଯୋଜନାର ସଫଳ ବିନିଯୋଗ ଉପରେ ଗୁରୁତ

 ବଲାଙ୍ଗିର:  ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ସ୍ୱାଗତ ଭାଷଣ ସହିତ ଜିଲ୍ଲାରେ କାର୍ଯ୍ୟକାରୀ କେନ୍ଦ୍ରୀୟ ଉନ୍ନୟନମୂଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ପୂର୍ବକ କେନ୍ଦ୍ରୀୟ ଅନୁଦାନ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ସାଂସଦ ଶ୍ରୀମତୀ ସିଂଦେଓ ଗୁରୁତ୍ୱାରୋପ କରିଥିଲେ । ଏହାସହ ସାଂସଦ ପାଣ୍ଠି ଦ୍ୱାରା କାର୍ଯ୍ୟକାରୀ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା କରି ଧାର୍ଯ୍ୟ ସମୟରେ ସଂପୂର୍ଣ୍ଣ କରିବାକୁ ସାଂସଦ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ବିଶେଷଭାବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗୁଣାତ୍ମକମାନ, ମନରେଗା ଯୋଜନାର ସଫଳ ରୂପାୟନ, ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟନ୍ୱୟନ ଯୋଜନା , ପ୍ରଧାନମନ୍ତ୍ରୀ ଆବସ ଯୋଜନା, କ୍ଷୁଦ୍ର ଜଳସେଚନ, ମେଘା ଲିପ୍ଟ ପ୍ରକଳ୍ପ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା କାର୍ଯ୍ୟକାରୀ ସ୍ୱାସ୍ଥ୍ୟ ଯୋଜନା, ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ଜିଲ୍ଲାରେ ସ୍ଥିତ ସମସ୍ତ ବର୍ଗ ସ୍କୁଲର ସମ୍ପୂର୍ଣ୍ଣ ତଥ୍ୟ ସାତଦିନ ମଧ୍ୟରେ ଦାଖଲ କରିବାକୁ ଡିଇଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ସମସ୍ତ ଚିକିସôାଳୟ ଗୁଡିକରେ ସମସ୍ତ ମୌଳିକ ସୁବିଧାକୁ ଉପଲବ୍ଧ କରାଇବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ବୈଠକରେ ଜାତୀୟ ସାମାଜିକ ସହାୟତା ଯୋଜନାରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ସଫଳ ବିନିଯୋଗର ସମୀକ୍ଷା କରି ଯୋଜନାର ସୁପରିଚାଳନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏତଦ ବ୍ୟତୀତ ଜିଲ୍ଲାର ଜଳସେଚନ ବିଭାଗ, ଜାତୀୟ ଉଦ୍ୟାନ ମିଶନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା  ତଥା ଅନ୍ୟାନ୍ୟ ଯୋଜନା ଉପରେ ସାଂସଦ ସମୀକ୍ଷା କରିଥିଲେ । ବଲାଙ୍ଗୀରରେ ନେଟୱର୍କ ଅସୁବିଧାକୁ ନେଇ କ୍ଷୋଭ ପ୍ରକାଶ କରିଥିଲ ସାଂସଦ । ଜିଲ୍ଲାରେ ନେଟୱର୍କ ଅସୁବିଧା ଥିବା ସତ୍ତ୍୍େୱ ନୂଆ ପ୍ରପୋଜାଲ ନ ଯାଉଥିବାରୁ ଆଗକୁ ଏଥିପାଇଁ ଧ୍ୟାନ ଦେବାକୁ କହିଥିଲେ । ସେମିତି ଯେଉଁ ସରକାରୀ ଚାକିରୀଆ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ଯାଉଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମତ ପ୍ରକାଶ ପାଇଥିଲା । ସେହିପରି ମେଗାଲିଫ୍ଟ ଡିଭିଜନ ବଦଳେଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଜିଲ୍ଲାର କିଛି ପ୍ରକଳ୍ପ ପଡୋଶୀ ଜିଲ୍ଲା ଡିଭିଜନ ରେ ଆସୁଥିବାରୁ ଏହି ପ୍ରସ୍ତାବ ଦିଆ ଯାଇଛି । ସେହିପରି ପାନୀୟ ଜଳ ଯୋଗାଣରେ ଗୁଣବତ୍ତା ବଜାୟ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ରାଜ୍ୟସଭା ସଂସଦ ନିରଞ୍ଜନ ବିଶି, ବିଧାୟକ କଣ୍ଟାବାଞ୍ଜି ଲଖମନ ମେହେର, ଜÿିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଓ ବିଧାୟକମାନଙ୍କ ପ୍ରତିନିଧିଙ୍କ ସହ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ଦିଶା କମିଟିର ମନୋନୀତ ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।