ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ଦଶରଥପୁର: ସୋମବାର ଜିଲ୍ଲାପାଳ ଅମ୍ବର କୁମାର କର ଦଶରଥପୁର ବ୍ଲକ ଅନ୍ତର୍ଗତ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଗସ୍ତ ସମୟରେ ଜିଲାପାଳ ବନ୍ୟା ବିପନ୍ନ ମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ପଛପଡ଼ା, କଷପା, ବ୍ରହ୍ମଚାରୀପାଟଣା ଆଦି ଗାଁ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହିତ କାଣୀ ନଦୀ ବନ୍ଧ ଘଳିଆ ମରାମତି କାର୍ଯ୍ୟର ସମୀକ୍ଷା କରିଥିଲେ । ଯୁଦ୍ଧକାଳୀନ ଭିତିରେ ବନ୍ଧ ମରାମତି କାର୍ଯ୍ୟ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ପରେ ଆଭାସୀ ମାଧ୍ୟମରେ ବିଡିଓ, ତହସିଲଦାର, ଜିଲାସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ଅଧିକାରୀ ମାନଙ୍କ ସହିତ ବନ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ସମସ୍ତ ବନ୍ୟା ପ୍ଲାବିତ ଅଞ୍ଚଳରେ ଜଳ ଉତ୍ସ ଗୁଡିକୁ ତୁରନ୍ତ ବିଶୁଧିକରଣ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗଙ୍କୁ ନିର୍ଦେଶ ଦେଇଥିଲେ । ସମସ୍ତ ବିଡ଼ିଓ, ତହସିଲଦାର ଓ ଜଳସେଚନ ଯନ୍ତ୍ରୀ ମିଳିତ ଭାବେ ନଦୀବନ୍ଧ ପରିଦର୍ଶନ କରି ଦୁର୍ବଳ ନଦୀବନ୍ଧ, ପୂର୍ବରୁ ହୋଇଥିବା ଘାଇ ଓ ସମ୍ବେଦନଶୀଳ ସ୍ଥାନ ଚିÿହ୍ନଟ କରି ତୁରନ୍ତ ମରାମତି ଓ ଦୃଢ଼ୀକରଣ କରିବାକୁ ନିର୍ଦେଶ ଦେଇଥିଲେ । ମେଡିକାଲ ୟୁନିଟ ମାଧ୍ୟମରେ ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବନ୍ୟାଞ୍ଚଳରେ ବନ୍ୟା ଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଫସଲ, ମସô୍ୟ ଯାଅାଁଳ, ଉଦ୍ୟାନ କୃଷି ଆଦି ସର୍ଭେ କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଜିଲାରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାଜପୁର ଓ ଦଶରଥପୁର ଦୁଇଟି ବ୍ଲକର ୧୩ଟି ପଂଚାୟତ, ୨୪ଟି ଗାଁ ପ୍ରଭାବିତ ହୋଇଛି । ୬୫୯୪ଲୋକ ପ୍ରଭାବିତ ହୋଇଥିବା ବେଳେ ୬୯୨ଜଣ ଲୋକଙ୍କୁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ତିନିଟି ରିଲିଫ ସେଂଟର୍ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଚାରୋଟି ମେଡିକାଲ ଟିମ୍ ଓ ଗୋଟିଏ ଭେଟେରୀନାରୀ ଟିମ୍ ପ୍ରଭାବିତ ଅଂଚଳରେ ନିୟୋଜିତ ହୋଇଛନ୍ତି । ୪୭୦ଓଆରଏସ ଏବଂ ୩୨୦୦ହଲୋଜେନ ଟାବଲେଟ ବଂଟନ କରାଯାଇଥିବା ସୂଚନା ଦିଆଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ପ୍ରଶାସନ ଯୁଧିଷ୍ଠିର ନାୟକ, ସିଡ଼ିଓ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ତାପସ ରଞ୍ଜନ ଦେହୁରୀ, ଜଳସମ୍ପଦ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବିଡ଼ିଓ, ତହସିଲଦାର, କ୍ଷେତ୍ରୀୟ ଅଧିକାରୀ, ଅଧିକ୍ଷଣଯନ୍ତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।