ବରିଷ୍ଠ ଆଇନଜୀବୀଙ୍କ ପରଲୋକ
ପାଣିକୋଇଲି : କୋରେଇ ବ୍ଳକ କରଦା ପଞ୍ଚାୟତ ପଳସା ଗ୍ରାମର ବରିଷ୍ଠ ଆଇନଜୀବୀ ତଥା କରଦା ହରିହାଟ ମହୋସôବ କମିଟି ସଭାପତି ପ୍ରଦୀପ କୁମାର ପଣ୍ଡା(୭୫)ଙ୍କ ହୃଦଘାତରେ ପରଲୋକ ଘଟିଛି । ସ୍ୱର୍ଗତ ପଣ୍ଡା ବର୍ତମାନ ଯାଜପୁରରେ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବତନ ଯାଜପୁର ବାର କାଉନସିଲର ସଭାପତି, ବିରଜା ମଣ୍ଡଳୀର ସଦସ୍ୟ, କରଦା ବିଦ୍ୟାଳୟର ଉପଦେଷ୍ଟା, କରଦା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, କରଦା ହରିହାଟ ମହୋସôବ କମିଟିର ସଭାପତି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତୁ୍ୟ ଖବରପାଇ ତାଙ୍କ ବାସଭବନରେ ଯାଜପୁରର ରାଜନେତା, ଆଇନଜୀବୀ, ବୁଦ୍ଧିଜୀବୀ ପହଁଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇଥିବା ବେଳେ କରଦା ସ୍କୁଲ ଓ କରଦା ହରିହାଟ ମନ୍ଦିର ପାଶ୍ୱର୍କୁ ନିଆଯାଇଥିଲା । ମହୋସôବ କମିଟି, ବିଜେପି ମଣ୍ଡଳ ସଭାପତି ଭାସ୍କର ସାହୁ ଓ ପଞ୍ଚାୟତ ସଭାପତି କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ସମେତ ଶତାଧିକ କର୍ମୀ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁଅ, ବୋହୁ, ନାତିନାତୁଣୀ, ପରିବାରର ସମସ୍ତ ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୟ ସ୍ୱଜନ ମରଶରୀର ନିକଟରେ ଉପସ୍ଥିତ ଥିଲେ । ସଂଗ୍ରାମ ସାହୁ, ମାୟାଧର ସାହୁ, ଅଭିରାମ ସାହୁ, ଅରୁଣ ମହାପାତ୍ର, ଶରତ ଖଣ୍ଡାଇ, ହାଡିବନ୍ଧୁ ସାହୁ, ରମାାକନ୍ତ ବାରିକ, ଭଗବାନ ପଣ୍ଡା କାହ୍ନୁ ଚରଣ ସାହୁ, ବିଜେପି ନେତା ଗୌତମ ରାୟ, କଂଗ୍ରେସ ସଭାପତି ମନୋଜ ରାଉତ, ନାରାୟଣ ସାମନ୍ତ, ସନ୍ତୋଷ ନନ୍ଦ, ଦୁର୍ଯେ୍ୟାଧନ ବେହେରା, ପୂର୍ବତନ ପୌରପାଳଭବପ୍ରସାଦ ଦାସ, ବିଜେଡି ଜିଲ୍ଳା ସଭାପତି ସରୋଜ କୁମାର ମହାପାତ୍ର ଶୋକ ପ୍ରକାଶ କରିଛନ୍ତି । ଶେଷରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡପୁଅ ଆଇନଜିବୀ ସନ୍ତୋଷ କୁମାର ପଣ୍ଡା ମୁଖାଗ୍ନୀ ଦେଇଥିଲେ । ଏକ ଶେଭାଯାତ୍ରାରେ ଅଣାଯାଇ ଗାଁ ଶ୍ମଶାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡପୁଅ ଆଇନଜୀବୀ ସନ୍ତୋଷ ମୁଖାଗ୍ନୀ ଦେଇଥିଲେ ।