ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ
ଧର୍ମଶାଳା : ଏହି ବ୍ଲକ୍ ଉତରଶାସନ ଗ୍ରାମସ୍ଥିତ ମଠ ପଡ଼ିଆରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରାଯାଇଛି । ଅତିଥି ଭାବେ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ମନ୍ଦିରର ଭିତିପ୍ରସ୍ତର ସ୍ଥାପନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପୂଜକ ମଙ୍ଗୁ ଦାଶ ପୂଜାର୍ଚ୍ଚନା କରିଥିଲେ । ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ସସ୍ତ୍ରୀକ ସଂକଳ୍ପ କରିଥିଲେ । ସମସ୍ତଙ୍କ ସହଯୋଗରେ ମନ୍ଦିର ନିର୍ମାଣ ଶେଷ ହେବ ବୋଲି ଜାରକା ସରପଂଚ ସୁଦାମ ଚରଣ ବେହେରା ସୂଚନା ଦେଇଛନ୍ତି । ଧର୍ମଶାଳା ପୂଜା ମହୋତ୍ସବ କମିଟି ସାଧାରଣ ସଂପାଦକ ସତ୍ୟପ୍ରିୟ ମହାନ୍ତି, ଜାରକା ରୋଟାରି କ୍ଲବ୍ ସଭାପତି ରାଜେନ୍ଦ୍ର ପ୍ରସାଦ ପଲେଇ, ବିଜେପି ନେତା ଉପେନ୍ଦ୍ର କର, ବାମଦେବ ମିଶ୍ର, ସାମ୍ବାଦିକ ସୀତାକାନ୍ତ ସାମଲ ଓ ଆଇନଜୀବୀ ଧ୍ରୁବ ଚରଣ ବେହେରାଙ୍କ ସହ ଅଞ୍ଚଳବାସୀ ଯୋଗ ଦେଇଥିଲେ ।