ତାଳଚେରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ


ାା ପ୍ରଭାନୁ୍ୟଜ୍ ।ା ତାଳଚେର : ଶିଳ୍ପନଗରୀ ତାଳଚେରରୁ ପ୍ରାୟ ୨୦୦୯ ମସିହାରେ ଡେଙ୍ଗୁ ଜ୍ୱରରେ ସହ ସହ ସଂଖ୍ୟକ ରୋଗୀ ଆକ୍ରାନ୍ତ ହେବା ସହିତ କିଛି ରୋଗୀମୃତୁ୍ୟ ବରଣ କରିଥିବା ଘଟଣା ସେହି ସମୟରେ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି କରିଥିଲା  । ଏହାପରେ ପ୍ରଶାସନ ପକ୍ଷରୁ ବ୍ୟାପକ ଜନସଚେତନତା ସହିତ ବିଭିନ୍ନ ଟାୟାର ଦୋକାନରେ ଟାୟାର ନରଖିବାକୁ ପରାମର୍ଶ ଦେବା ସହ ପରିଷ୍କାର ପରିଚ୍ଛନ୍ନକରାଯାଇଥିଲା  । ମାତ୍ର ଏହାର ପୁନରାବୃତି ଆଜି ପୁଣି ଦେଖିବାକୁ ମିଳିଛି  । ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ପଞ୍ଚାୟତ ଗୁଣ୍ଡୁବାହାଳ ଗ୍ରାମର ଜୈନିକ ଯୁବକ ଭୂବନେଶ୍ୱରରେ ପାଠପଢ଼ିବା ସହ ଏକ ଘରୋଇ ଛାତ୍ରବାସରେ ରହୁଥଲେ  । ସେଠାରେ ତାକୁ ଜ୍ୱର ସହ ଦେହ ଅସୁସ୍ଥ ହେବାରୁ ସେ ତାଳଚେର ଚାଲି ଆସିଥିଲେ  । ଏହାପରେ ଜ୍ୱର ନକମିବାରୁ ତାଳଚେର ମେଡିକାଲରେ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ରକ୍ତ ନମୁନାରୁ ଡେଙ୍ଗୁ ପଜିଟିଭ୍ ଜଣାପଡିବା ପରେ ଯୁବକଙ୍କ ପରିବାରର ସଦସ୍ୟ ବୃନ୍ଦଙ୍କ ସମେତ ଆଖପାଖ ପୋଡଶୀ ମାନଙ୍କର ରକ୍ତନମୁନା ସଂଗ୍ରହ କରି ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପରୀକ୍ଷା କରାଯାଇଥିବା ଜଣାପଡିଛି  ।