ମା’ ବୁଢୀ ଜାଗୁଳାଇଙ୍କ ମନ୍ଦିର ପ୍ରତିଷ୍ଠା
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ମହତୀପୁର ଗ୍ରାମର ଆରାଧ୍ୟ ମା’ ବୁଢୀ ଜାଗୁଳାଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨ଦିନ ଧରି ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶଙ୍ଖ, ଘଣ୍ଟା, ହୁଳହୁଳି ଧ୍ୱନୀରେ ଗ୍ରାମ ପ୍ରକମ୍ପିତ ହୋଇ ପଡିଛି । ରବିବାର ୧୪୦ରୁ ଊର୍ଦ୍ଧ୍ୱ ମହିଳା ଏବଂ ପୁରୁଷଙ୍କ କଳସ ଶୋଭାଯତ୍ରା ଗୋପାଳବେଢା ପୋଖରୀରୁ ଆସି ଯଜ୍ଞ ମଣ୍ଡପରେ ପହଞ୍ଚôଥିଲା । ସୋମବାର ପଣ୍ଡିତ ପ୍ରହଲ୍ଲାଦ ଶନିବିଗ୍ରହ, ଉମାକାନ୍ତ ପଣ୍ଡା, ରମାକାନ୍ତ ପଣ୍ଡା, ରାଜେଶ ଶନିବିଗ୍ରହ, ଅରବିନ୍ଦ ଦାଶଙ୍କ ସମେତ ୧୦ଜଣ ଆଚାର୍ଯ୍ୟଙ୍କ ଦ୍ୱାରା ଯଜ୍ଞ ଓ ପ୍ରତିଷ୍ଠା କର୍ମ ସମ୍ପନ୍ନ ହୋଇଥିଲା । ଗ୍ରାମର ଜୀବନଜ୍ୟୋତି ପାତ୍ର, ବଳରାମ ନାୟକ, ସୁମନ୍ତ ପାତ୍ର, କମଳାକାନ୍ତ ନାୟକ, ସତ୍ୟପ୍ରକାଶ ସାମଲ, ରତିକାନ୍ତ ମହାପାତ୍ର, ନରହରି ପାତ୍ର, ଗୋପବନ୍ଧୁ ମହାପାତ୍ର, ଉମାକାନ୍ତ ନାୟକ, ମନୋଜ ପାତ୍ର, ଭଗବାନ ନାୟକ, ବସନ୍ତ ପାତ୍ର, ରଶ୍ମି ରଞ୍ଜନ ମହାପାତ୍ର,ଅଶୋକ ମହାପାତ୍ର, ରମାକାନ୍ତ ମହାରଣା, ପ୍ରମୋଦ ମହାପାତ୍ର, ପ୍ରକାଶ ମହାପାତ୍ର, ସତ୍ୟବାନ ନାୟକ, ଜୟନ୍ତ କୁମାର ମହାପାତ୍ର, ବିରେନ୍ଦ୍ର ମହାପାତ୍ର, ଭଗବାନ ଦାସ, ହରେକୃଷ୍ଣ ମହାପାତ୍ର,ସତ୍ୟବ୍ରତ ମହପାତ୍ର, ମହେଶ ସାମଲ, ବସନ୍ତ ମହାପାତ୍ର ଓ ବୈକୁଣ୍ଠ ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।