କୋର୍ଟ ରାସ୍ତା ଚଉଡା ଦାବି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଓକିଲ ସଂଘ ତରଫରୁ କୋର୍ଟର ମୁଖ୍ୟ ରାସ୍ତାକୁ ପ୍ରଶସ୍ତିକରଣ ତଥା ଚଉଡା କରିବା ପାଇଁ ଓକିଲ ସଂଘର ସଭାପତି ଗୋବର୍ନ୍ଧନ ରାଉତ ଏବଂ ସଂପାଦକ ନୃସିଂହ ଚରଣ ରାଉତ ଦାବି କରିଛନ୍ତି । ଦାବିପତ୍ରରେ ସଭାପତି ଶ୍ରୀ ରାଉତ କୋର୍ଟର ମୁଖ୍ୟ ରାସ୍ତାଟି ଅଣ ଓସାରିଆ ଥିବାରୁ ତକôାଳୀନ ଜିଲ୍ଲାପାଳ ଜଳସେଚନ ବିଭାଗ ସହିତ ଆଲେଚନା କରି ରସ୍ତା ଚଉଡା କରିବା ପାଇଁ ପ୍ରାୟ ୧୦ ଫୁଟ ଯାଗା ନେଇଛନ୍ତି । କେନ୍ଦ୍ରାପଡା ପୌରସଂସ୍ଥା ଏହି ରାସ୍ତାକୁ ଚଉଡା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୧ ବର୍ଷରୁ ଊଦ୍ଧ୍ୱର୍ ହେବ ଏ ପର୍ଯ୍ୟନ୍ତ ରାସ୍ତାଟି ଚଉଡା ନ ହେବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଏଥି ସହିତ ଜରୁୀକାଳୀନ ଗାଡି ସହ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ରାସ୍ତା ଚଉଡା କରିବା ପାଇଁ ସଭାପତି ଓ ସଂପାଦକ ଜିଲ୍ଲପାଳ ଓ ପୌର ଅଧ୍ୟକ୍ଷାଙ୍କ ନିକଟରେ ଦାବି କରିଛନ୍ତି ।