ଜିିଲ୍ଲା ସୁରଭିରେ ଭଣ୍ଡାରିପୋଖରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ
ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନେ ଜିଳ୍ଲାସ୍ତରୀୟ ଶିଶୁ ମହୋସôବ ‘ସୁରଭି’ ପ୍ରତିଯୋଗୀତାରେ କୃତିତ୍ତ୍ୱ ଅର୍ଜ୍ଜନ କରିଥିବା ଜଣାଯାଇଛି । ଛାତ୍ରୀ ସ୍ମୃତିରେଖା ପ୍ରଧାନ ବକ୍ତୃତା ପ୍ରତିଯୋଗୀତା ଓ ଛାତ୍ରୀ ଲିପିକା ବିଶ୍ୱଦର୍ଶନୀ ନାୟକ ସଙ୍ଗୀତ ପ୍ରତିଯୋଗୀତାରେ ବ୍ଳକର ପ୍ରତିନିଧିତ୍ୱ କରି ସଫଳତା ହାସଲ କରିଛନ୍ତି । ଏଥିପାଇଁ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ନେତୃତ୍ୱରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସଂପୃକ୍ତ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଦଳଗତ ନୃତ୍ୟ ପ୍ରତିଯୋଗୀତାରେ ଏହି ବିଦ୍ୟାଳୟର ପ୍ରତିଯୋଗୀ ଦଳ ପ୍ରତି ବ୍ଲକସ୍ତରରେ ଅବିଚାର କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।