ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ 


 ସାଉଥବଲଣ୍ଡା/ତାଳଚେର: ତାଳଚେର ବସ୍ ମାଲିକ ସଂଘର ଆଗାମୀ ୨୦୨୪-୨୫ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଆଇନ୍ ପରାମର୍ଶଦାତା ହରେକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂତନ ସଭାପତି ଭାବେ ଇଂ ଶ୍ରୀକାନ୍ତ କୁମାର ପାଣି, ଉପସଭାପତି ଭାବେ ସୁମନ କୁମାର ବେହେରା, ସାଧାରଣ ସମ୍ପାଦକ ଭାବେ ସୁରେଶ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ଶତପଥି, କୋଷାଧ୍ୟକ୍ଷ ଭାବେ ମଦନ ମୋହନ ମହାନ୍ତି, ସମୀକ୍ଷକ ଭାବେ ନରେଶ ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଥିଲା । ସେହିପରି କାର୍ଯ୍ୟକାରୀ ସଭ୍ୟ ଭାବେ ଶ୍ରୀଧର ସାମଲ, ସୁଶାନ୍ତ କୁମାର ମଲ୍ଲିକ୍, ସଞ୍ଜୟ କୁମାର ଘଟୁଆରୀ, ଚୈତ୍ୟନାନ୍ଦ ଜ୍ୟୋର୍ତିମୟ ରଥ ଏବଂ ଅଭିନାଶ କୁମାର ସାହୁ ଏବଂ ସଂଘର ଆଇନ୍ ପରାମର୍ଶଦାତା ଭାବେ ହରେକୃଷ୍ଣ ପାତ୍ର  ଓ ଉପଦେଷ୍ଟା ଭାବେ ପ୍ରଶାନ୍ତ କୁମାର ଦାସଙ୍କୁ ମନୋନୀତ କରାଯାଇଛି ବୋଲି ସଂଘର ସଭାପତି ଶ୍ରୀ ପାଣି ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।