ବାଂଲାଦେଶରେ ହିନ୍ଦୁ ଅସୁରକ୍ଷିତ : ହିନ୍ଦୁ ବ୍ୟବସାୟୀଙ୍କୁ ଜାଳିଦେଲେ

ନୂଆଦିଲ୍ଲୀ : ବାଂଲାଦେଶରେ ଏବେ ହିନ୍ଦୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ପିଟିବା ସହ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ୪ ଥର ଏମିତି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଖୋକନ ଚନ୍ଦ୍ରା ନାମକ ଜଣେ ବ୍ୟବସାୟୀଙ୍କୁ ପ୍ରଥମେ ନିସ୍ତୁକ ମାଡ଼ ମାରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ସେ ଜୀବନ ବିକଳରେ ପୋଖରୀକୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେବି ତାଙ୍କ ଶରୀରର ଅନେକ ଅଂଶ ଜଳିଯାଇଛି । ସେ ନିଜର ଦୋକାନ ବନ୍ଦ କରି ଫେରୁଥିଲେ। କିନ୍ତୁ କେଉରଭଙ୍ଗା ବଜାରରୁ ତିଲୋଇ ଅଞ୍ଚଳକୁ ରାତି ୯ଟାରେ ଫେରୁଥିବାବେଳେ ତାଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ତାଙ୍କ ଦେହକୁ ଆଘାତ କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଜୀବନ ବିକଳରେ ସେ ପୋଖରୀକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରିଥିଲେ । ଭାରତ ବିରୋଧୀ ଯୁବନେତା ଶରଫି ଓସମାନ ହାଦିଙ୍କ ହତ୍ୟା ପରେ ସେଠାରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି ।