ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ମହକୁମା ସ୍ଥିତ ସଦ୍ଭାବନା ସଭାଗୃହରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ ସିଂ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଡ଼. ମଧୁସ୍ମିତା ସାମନ୍ତରାୟ, ମୁଖ୍ୟବକ୍ତା ତଥା ବିଶିଷ୍ଟ କବି ପ୍ରଶାନ୍ତ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତଙ୍କ ସମେତ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ୱୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଭା ପ୍ରାରମ୍ଭରେ ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଅମର ଆତ୍ମାଙ୍କ ସଦ୍ଗତି ପାଇଁ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଅନେକ ଜୀବନକୁ ସୃଜନଶୀଳ କରିବାକୁ ପ୍ରୋତ୍ସାହିତ କରି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ଦାସ ନିଜ ବକ୍ତବ୍ୟରେ ଅତୀତରେ ଆମ ପୂର୍ବ ପୁରୁଷଙ୍କ ବଳିଦାନ ଯୋଗୁଁ ଆମ ଭବିଷ୍ୟତ ଖୁବ ସୁମଧୁର ହେଇଥିବାରୁ ସେମାନଙ୍କ ସ୍ମୃତିଚାରଣ ହେଲେ ତାଙ୍କ ତ୍ୟାଗକୁ ଆମେ ଯଥେଷ୍ଟ ସମ୍ମାନ ଦେଇପାରିବା ବୋଲି ସେ କହିଥିଲେ । ଉପଖଣ୍ଡ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ।ଠ