ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ମହିଳା କର୍ମଚାରୀଙ୍କ ପାଇଁ ସିଫ୍ଟର ଶୁଭାରମ୍ଭ

 ପାରାଦ୍ୱୀପ : ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟରେ ମହିଳା କର୍ମଚାରୀଙ୍କ ପାଇଁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସି ସିଫ୍ଟର ଶୁଭାରମ୍ଭ କରିଛି । କମ୍ପାନୀର ଷ୍ଟିଲ୍ ସିରୋଜ୍ ଅଧୀନରେ ୨୦୨୪ରେ ମହିଳାମାନଙ୍କ ପାଇଁ ଏ ଏବଂ ବି ସିଫ୍ଟ ର ସଫଳ କାର୍ଯ୍ୟାନ୍ୱୟନପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ସିଫ୍ଟରେ ମହିଳା କର୍ମଚାରୀଙ୍କ ନିୟୋଜନ, ଏକ ଅନ୍ତର୍ଭୁକ୍ତକାରୀ ଏବଂ ସଶକ୍ତ କାର୍ଯ୍ୟକ୍ଷେତ୍ରକୁ ପ୍ରୋସôାହିତ କରିବା ଦିଗରେ କମ୍ପାନୀର ନିରନ୍ତର ପ୍ରତିବଦ୍ଧତାର ଏକ ପ୍ରମାଣ  ।
ଏହି କାର୍ଯ୍ୟକ୍ରମରେ କମ୍ପାନୀର ବିଭିନ୍ନ ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ନେତୃମଣ୍ଡଳୀଙ୍କ ସମେତ ସମସ୍ତ ସ୍ତରର କର୍ମଚାରୀମାନେ ଉସôାହର ସହ ଅଂଶଗ୍ରହଣ କରିଥିଲେ । ଏକ ଉସôବପୂର୍ଣ୍ଣ ଓ ପ୍ରେରଣାଦାୟକ ପରିବେଶରେ ସହକର୍ମୀ ଓ ପ୍ରବନ୍ଧକମାନଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ସହିତ ୨୧ ଜଣ ମହିଳା କର୍ମଚାରୀଙ୍କୁ ଆନୁଷ୍ଠାନିକ ଭାବେ ସି ସିଫ୍ଟରେ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଉଦବୋଧନ ଦେଇ ଏଏମ୍/ଏନ୍ଏସ୍ ଇଣ୍ଡିଆଓଡ଼ିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସୁରେଶା ଜି କହିଛନ୍ତ ଆମେ ଏହି ୨୧ ଜଣ ମହିଳା କର୍ମଚାରୀଙ୍କ ସାହସ ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଉଛୁ  । କାର୍ଯ୍ୟକ୍ଷେତ୍ରରେ ୨୫% ମହିଳା ପ୍ରତିନିଧିତ୍ୱ ହାସଲ କରିବା ପାଇଁ ଆମର ଲକ୍ଷ୍ୟ, ଅଭିନବତା ଏବଂ ଉକôର୍ଷତା ପାଇଁ ଉତ୍ପ୍ରେରକ ଭାବରେ ବିବିଧତା ଉପରେ ଆମର ବିଶ୍ୱାସକୁ ପ୍ରତିଫଳିତ କରୁଛି । 
ଏଏମ୍/ଏନ୍ଏସ୍ ଇଣ୍ଡିଆମାନବ ସମ୍ବଳ ବିଭାଗ (ପୂର୍ବ) ମୁଖ୍ୟ ଡ. ଦେବବ୍ରତ ଦାଶ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଆଜି ଏଏମ୍/ଏନ୍ଏସ୍ ଇଣ୍ଡିଆ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଏହି ଅବସର ଆମ ମହିଳା କର୍ମଚାରୀଙ୍କ ଏକତା ଏବଂ ସ୍ଥିରତାରପ୍ରମାଣ । ବିଭିନ୍ନ ବିଭାଗର ସାମୂହିକ ଉଦ୍ୟମ ଏବଂ ଆମ ନେତୃବୃନ୍ଦଙ୍କ ଅତୁଟ ସମର୍ଥନ ଏହାକୁ ସମ୍ଭବ କରିପାରିଛି  ।  ମହିଳାମାନଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଉନ୍ନତ ଭିତ୍ତିଭୂମି, ଉସôର୍ଗୀକୃତ ମହିଳା ସୁରକ୍ଷା କର୍ମୀ, ମହିଳା ଆଟେଣ୍ଡାଣ୍ଟଙ୍କ ସହ ଚିକିସôା ସହାୟତା ଏବଂ ୨୪ ଘଣ୍ଟିଆ ସିସିଟିଭି ସର୍ଭଲାନ୍ସ ଅନ୍ତର୍ଭୁକ୍ତ  ।