ବାଗୁଲି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉସବ
ବଡ଼ସାହି : ବଡ଼ସାହି ବ୍ଲକ ଅନ୍ତର୍ଗତ ବାଗୁଲି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଶ୍ୱନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ବଡ଼ସାହି ବ୍ଲକ୍ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ,ବିଇଓ ସୁଶ୍ରୀ ମଧୁସ୍ମିତା ଗିରି,ଏବିଇଓ ରାଧିଆ ଚରଣ ମୁଣ୍ଡା,ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶ୍ରୀ ବାସନ୍ତୀ ସିଂ, ମୟୂରଭଞ୍ଜ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ,ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ, ମୟୂରଭଞ୍ଜ ସାହିତ୍ୟ ପରିଷଦର ସମ୍ପାଦକ ମନୋଜ କୁମାର ଦଳବେହେରା, ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ତୋଟାପଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ପଣ୍ଡା, କୋଚିଳାଖୁଣ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ତଅପୋଇ ସିଂ, ସମିତି ସଭ୍ୟ ରାମଚନ୍ଦ୍ର ନାଏକ ଯୋଗ ଦେଇଥିଲେ ଓ ଜନ ଜାତି ଗୌରବ ଦିବସ ପାଳନକୁ ଦୃଷ୍ଟିରେ ରଖି ଜନଜାତି ମଞ୍ଚ ସାଜସଜ୍ଜା ଅତ୍ୟନ୍ତ ମନୋରମ ଓ ଚିତାକର୍ଷକ ଥିଲା । ସେହିପରି ବାର୍ଷିକ ବିବରଣୀ ପ୍ରଦାନ ସପ୍ତମ ଶ୍ରେଣୀ ଛାତ୍ରୀ ଇନ୍ଦୁ ନାଏକ ଏବଂ ସ୍ମୃତିରେଖା ନାଏକଙ୍କ ଦ୍ୱାରା ଏକ ଭିନ୍ନ ଢଙ୍ଗରେ ଉପସ୍ଥାପିତ ହୋଇଥିଲା । କୋଚିଳାଖୁଣ୍ଟା ପଞ୍ଚାୟତର ବରିଷ୍ଠ ଅନୁଷ୍ଠାନପ୍ରେମୀ ଶିଶିର କୁମାର ଦାଶଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ଛାତ୍ରୀ ଭାବେ ଇନ୍ଦୁ ନାଏକ ଏବଂ ଛାତ୍ର ଭାବେ ସରୋଜ ନାଏକ ଏବଂ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ବିଗତ ବର୍ଷରେ ବାଗୁଲି ଆଶ୍ରମ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ହେବା ସହିତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ କୃତିତ୍ୱ ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ଏହି ଉସôବରେ ଜୟନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଲୁଗୁ ସିଂ, ନାରାୟଣ ନାୟକ, ରଞ୍ଜିତା ଜେନା, ଲିଲିମା ମଣ୍ଡଳ, ସସ୍ମିତା ସେଠୀ, ବନଜା ଦାଶ, ମେଟ୍ରନ ସୁଜାତା ସେଠୀ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।