ସ୍କୁଲରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ 

 ବାଣପୁର: ବାଣପୁର ନୋଡାଲ ହାଇ ସ୍କୁଲରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କୁ ନେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଭୁବନେଶ୍ୱର ଆନୁକୂଲ୍ୟରେ ଅନନ୍ତ ଚରଣ ଖଟେଇ, ସମାଜସେବୀଙ୍କ ତତ୍ତ୍ୱାବଧାନରେ, ସୁଶାନ୍ତ କୁମାର ଦାସ, ଭାଷା ସାହିତ୍ୟ ପ୍ରବର୍ତ୍ତକଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ଦୁର୍ଘଟଣରେ ନିଜକୁ ଧୈର୍ଯ୍ୟରଖି  ସମ୍ବେଦନଶୀଳ କାର୍ଯ୍ୟରେ ଅନ୍ୟକୁ ସାହାଯ୍ୟ କରିବା ସହିତ ଅନ୍ୟର ଜୀବନ ରକ୍ଷା କରିବା ନିମନ୍ତେ କୌଶଳ ଶିକ୍ଷା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ପ୍ରଧାନ, ବଶିଷ୍ଠ ଶିକ୍ଷକ ତଥା ସଭାପତି , ଓଷ୍ଠା, ବାଣପୁର ବ୍ଲକ ଶ୍ରୀ କୈଳାସ ଚନ୍ଦ୍ର ଲାଠି, ବିଦ୍ୟାଳୟର ପ୍ରାଥମିକ ଚିକିସôା ଦାୟିତ୍ୱରେ ଥିବା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ବେହେରା, ଶିକ୍ଷୟିତ୍ରୀ ପୁଷ୍ପଲତା ମିଶ୍ର, ଶିକ୍ଷକ ନଳିନୀକାନ୍ତ ବେହେରା, ସ୍ନିଗ୍ଧାଞ୍ଜଳି ମହାପାତ୍ର, ଶିବପ୍ରିୟା ବାରିକ, ରଶ୍ମିତା ସେଠୀ, ତପତି ସାହୁ, ଶିକ୍ଷକ ପବିତ୍ର ବସୂପତି, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସାହୁ ଉପସ୍ଥିତିଥିଲେ । କ୍ରୀଡ଼ା ଶିକ୍ଷକ ଜ୍ଞାନରଞ୍ଜନ ବେହେରା ଓ ଶିକ୍ଷୟିତ୍ରୀ ଭାରତୀ ସୁନ୍ଦରାୟ ପରିଚାଳନା କରିଥିଲେ ।