ବାଘୁଣୀ ଖଇରୀର ତିରୋଧାନ ଦିବସ

 ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ଗର୍ବ ଗୌରବ ଅସ୍ମିତା ବିଶ୍ୱ ବିଖ୍ୟାତ ବାଘୁଣୀ ଖଇରୀର ୪୫ ତମ ତିରୋଧାନ ଦିବସ ଓଡିଶାର ରାଜଧାନୀ ଭୁବନେଶ୍ୱର ଠାରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଖଇରୀ ସ୍ମୃତି ପରିଷଦର ଆବାହକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବର ଦାୟିତ୍ୱରେ ଥିବା ବନବାସୀ କଲ୍ୟାଣ ଆଶ୍ରମର କ୍ଷେତ୍ର ସହ ପ୍ରମୁଖ ବିଶ୍ୱାମିତ୍ର ଭାଇ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଖଇରୀ ସ୍ମୃତି ସନ୍ଧ୍ୟା ଶିମିଳିପାଳର ଶିକ୍ଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ତଥା ବିକାଶ ପାଇଁ ସଚେତନତା ସୃଷ୍ଟି ନିମନ୍ତେ ଏକ ଉଚିତ ପଦକ୍ଷେପ ବୋଲି କହିଥିଲେ । ସଭାପତି ଡ଼କ୍ଟର ମହାନ୍ତ, ପରିବେଶ ସଂଗୀତ, କାହାଣୀ, ସ୍ଲୋଗାନ, କୁଇଜ ମାଧ୍ୟମରେ ବିଶ୍ୱ ବିଖ୍ୟାତ ବାଘୁଣୀ ଖଇରୀର ଜୀବନ ବିଶ୍ୱ ବନ୍ୟ ପ୍ରାଣୀ ଇତିହାସରେ ଅନନ୍ୟ ବୋଲି କହିଥିଲେ । ଶେଷରେ ଖଇରୀର ଜୀବନ କାହାଣୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରି ମହାରାଜା ରାଣା ପ୍ରତାପ ସିଂଙ୍କର ପ୍ରିୟ ସାଥି ଘୋଡା "ଚେତକ’ ଏବଂ ଜାପାନର ବିଶ୍ୱ ବିଖ୍ୟାତ କୁକୁର "ହିଚିକୋ’ ସହିତ ଶିମିଳିପାଳର ବାଘୁଣୀ ଖଇରୀକୁ ତୁଳନା କରି ଛାତ୍ରଛାତ୍ରୀମାନଙ୍କ ମନରେ ଜୀବେ ଦୟାର ଭାବନା ଜାଗ୍ରତ କରିଥିଲେ । ଯଶପାଲ ଗହୀର, ଦୀପକ ମଣ୍ଡଳ, କ୍ଷିତୀଶ ପାତ୍ର, ଚିନ୍ମୟ ପ୍ରଧାନ,ଲଇଚନ କୁଆସି, ବଦଳ ଦେହୁରୀ, ଚନ୍ଦ୍ର ଶେଖର ପୁଳାକା, ପ୍ରବୀଣ ମଲ୍ଲିକ, ଭି ଭି ସିଂ ପାତ୍ର, ବର୍ଷା ମାଝୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଶେଷରେ ଚେରୁ ଗହୀର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।