ଶିଶୁଭାରତୀ କର୍ମଶାଳା 

 ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ନଟପଡା ଛକସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳସ୍ତରୀୟ ଶିଶୁଭାରତୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୋର ସଂକୁୁଳର ୧୨ଟି ବିଦ୍ୟାଳୟରୁ ୭୨ଜଣ ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ । କମଳାକାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅଧ୍ୟାପକ ବନମାଳୀ ବାରିକ, ସଂକୁଳ ସଂଯୋଜକ ଅଶୋକ ରଞ୍ଜନ ପଲାଇ, ସହସଂଯୋଜକ ଖଗେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରତି ବିଦ୍ୟାଳୟରୁ ଆସିଥିବା ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସେନାପତି, ଉପସେନାପତି, ମନ୍ତ୍ରୀ, ଉପମନ୍ତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଗୁରୁମା ଅହଲ୍ୟା ପାଣି, ସବିତା ମହାନ୍ତି, ମିତା ପାତ୍ର, ବାସନ୍ତୀ ମହାପାତ୍ର, କବିତା ପାଣିଗ୍ରାହୀ ଗୁରୁଜୀ ଦେବେନ୍ଦ୍ର ପାଣିଗ୍ରାହୀ, ବଳରାମ ଲେଙ୍କା, ପ୍ରଭାକର ଓଝା, ଶୁକଦେବ ପରିଡା, ପଙ୍କଜ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।