ବାନ୍ଧିରଖେ ନାଟକ
ସିଂହପୁର : ଓଡିଆ ନାଟକ କେବଳ ମନୋରଂଜନ ଦିଏ ନାହିଁ ବରଂ ଏହା ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରି ସମାଜକୁ ସୁବାର୍ତ୍ତା ପ୍ରଦାନ କରିଥାଏ ବୋଲି ବିଞ୍ଝାରପୁର ବ୍ଲକ ଗୋବିନ୍ଦପୁର ଠାରେ ଜାଗୁଳାଇ ଆଥେଲେଟିକ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ ନାଟକ ଉସôବରେ ବକ୍ତା ମତବ୍ୟକ୍ତ କରିଛନ୍ତି । କ୍ଲବର ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଦୁଇଦିନ ବ୍ୟାପି ନାଟକ ଉସôବରେ ଅତିଥି ଭାବେ ମୁକୁନ୍ଦ ଚନ୍ଦ୍ର ଧଳ, ନିରଞ୍ଜନ ସାହୁ, ପରମେଶ୍ୱର ନାୟକ, ସମାଜସେବୀ ସ୍ମୃତି ରାଞ୍ଜନ ସାହୁ, ଧନେଶ୍ୱର ନାୟକ, ରଞ୍ଜନ ବାରିକ, ଅମୀୟ ଧଳ, ଉପେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ କଳାକାର କଳା ଓ କାଳାକାରଙ୍କ ବିକାଶ କ୍ଷେତ୍ରରେ ଏଭଳି ନାଟକ ମହୋତିସବ ଆବଶ୍ୟକ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ସ୍ଥାନୀୟ କଳାକାରଙ୍କୁ ନେଇ ନାଟକ ‘ମୋ ହାସରେ ତୁ ମୋ ଲୁହରେ ତୁ’ ଏବଂ ‘କଳଙ୍କ ମୋ ପାଇଁ ଚନ୍ଦନ ଟୋପା’ ପରିବେଷଣ କରାଯାଇଥିଲା ।