ଓଡ଼ିଶୀ ନୃତ୍ୟର ପୂଜାରୀ ଏସ. ପୁଣ୍ୟତୋୟା
ଦାନଗଦୀ : ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଦାନଗଦୀ ଅଞ୍ଚଳରୁ ଜୀବନରେ ସାଧନା ଆରମ୍ଭ କରି ଆଜି ରାଜ୍ୟ, ଦେଶ ଓ ଦେଶ ବାହାରେ ନିଜର କଳା ନୈପୂଣ୍ୟର ପରାକାଷ୍ଠାର ଉଚ୍ଚ କୋଟ୍ଟୀର ପ୍ରଦର୍ଶନ କରି ନିଜ ନାଁ ସହ ଅଞ୍ଚଳକୁ ଗୌରାବାନ୍ୱିତ କରିଛନ୍ତି ଏସ. ପୁଣ୍ୟତୋୟା । ପିତା ସ୍ୱର୍ଗତ ବିଶ୍ୱଜିତ ବେହେରା ଓ ମାତା ମାନସୀଙ୍କ ସୁକନ୍ୟା । ଛୋଟ ବେଳୁ ତାଙ୍କ ଜେଜେ ମାଙ୍କ ଠାରୁ ନୃତ୍ୟ ଦେଖି ନୃତ୍ୟକଳା ପ୍ରତି ତାଙ୍କର ଆଗ୍ରହ ଜନ୍ମିଥିଲା । ପ୍ରାଥମିକ ଶିକ୍ଷା ଲାଭ କରିବା ସମୟରେ ଶିଶୁ ବୟସରୁ କୁନି କୁନି ପାଦରେ ନୁପୁର ବାନ୍ଧି ନୃତ୍ୟ କରୁଥିଲେ ।
ଓଡିଶାର ପ୍ରସିଦ୍ଧ ପ୍ରାଚୀନ ଲୋକ କଳା ଓଡିଶୀ ନୃତ୍ୟ ଶିକ୍ଷା ଲାଭ କରି ଆଞ୍ଚଳିକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିବା ସହ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଦାନଗଦୀ ଅଂଚଳ ପାଇଁ ଗୌରବ ଆଣିଛନ୍ତି । ସର୍ବ ଭାରତୀୟ ନୃତ୍ୟ ପ୍ରତିଯୋଗିତା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପୁରୀରେ ସେ ଉକ୍ରଳଶ୍ରୀ ସମ୍ମାନରେ ପୁରସ୍କୃତ ହୋଇଥିଲେ । ପେଷାରେ ସେ ସ୍ଥାନୀୟ ଦେବ ଇଂଟରନେସେନାଲ ସ୍କୁଲରେ ନୃତ୍ୟ ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରୁଛନ୍ତି ।
କିନ୍ତୁ ନିଶା ତାଙ୍କର କିପରି ନିଜ ରାଜ୍ୟ ତଥା ଦେଶର ନା ରଖିବା । ଆର୍ଥôକ ଅନଗ୍ରସର ଥିବା ପିଲାଙ୍କୁ ତାଙ୍କ ପୁଣ୍ୟ ତୋୟାନୃତ୍ୟ ଏକାଡେମୀରେ ମାଗଣାରେ ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି । ତାଙ୍କ ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରି ରାଜ୍ୟ, ଦେଶ ତଥା ଦେଶ ବାହାରେ ନେପାଳରେ ତାଙ୍କ ଶିଷ୍ୟା ସୁଚିତ୍ରା ବେହେରା, ପ୍ରୟାସୀ ଜେନା, ସାଲିନ ହେମ୍ବ୍ରମ, ଓମପ୍ରଭା ନାୟକ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇ ଆମ ଦାନଗଦୀ ଅଂଚଳକୁ ଫେରିଛନ୍ତି । କିରଣ କୁହନ୍ତି ଓଡିଶୀ ନୃତ୍ୟ ମୋ ଜୀବନ, ଓଡ଼ିଆ ଜାତିର ଐତିହ୍ୟ, କଳା, ସଂସ୍କୃତି ଅନ୍ୟନ୍ୟ, କାହିଁ କେଉଁ ଆବାହ ମାନ କାଳରୁ ଏହା ଉଚ୍ଚ ସ୍ଥାନରେ ରହି ଆମକୁ ଗର୍ବିତ କରୁଛି । ସେ ତାଙ୍କ ଗୁରୁ ବୈକୁଣ୍ଠ ନନ୍ଦ ଓ ଜେଜେ ମା, ପିତା ମାତାଙ୍କୁ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତି । ଓଡ଼ିଆ ଘରର ଜଣେ ଝିଅ କଠିନ ପରିଶ୍ରମରେ ନିଜ ଗୋଡ଼ରେ ନିଜେ ଠିଆ ହେବା ସହ ଅଂଚଳପାଇଁ ଗୌରବ ଆଣିବା ଆଜିର ସମାଜରେ ପ୍ରେରଣା ଓ ଉଦାହରଣର ନିଶ୍ଚିତ ।