ବାଲି ଚାଲାଣକୁ ରୋକିବା ପାଇଁ ୧୪୪ ଧାରା ଲାଗୁ
ଆସିକା: ବରଗାଁ ଠାରୁ ପଢାଳ ଯାଏଁ ଋଷିକୂଲ୍ୟା ନଦୀ ପଠାରେ ଲାଗିଲା ୧୪୪ ଧାରା । ଆସିକା ଅଞ୍ଚଳର ଦୁଇଟି ବେଆଇନ ବାଲି ଘାଟରେ ଲାଗିଲା ୧୪୪ ଧାରା ଲାଗିବା ସହ ନାଲି ପତକା ପୋତି ଘାଟ ବନ୍ଦ ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଗ୍ରାମବାସୀଙ୍କ ଆଭିଯୋଗକୁ ଆଧାର କରି ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଲଘୁ ଖଣିଜ ବିଭାଗ, ଆସିକା ତହସିଲଦାର ସଙ୍ଗୀତ ସେନ ଏବଂ ଆସିକା ଏବଂ କୋଟିନଡା ଥାନା ଅଧିକାରୀଙ୍କ ଏକ ମିଳିତ ଟିମ ବେଆଇନି ଘାଟକୁ ଯାଇ ୧୪୪ ଧାରା ଜାରି କରିଛନ୍ତି । ଗଞ୍ଜାମର ଜୀବନ ରେଖା କୁହାଯାଉଥିବା ଋଷିକୂଲ୍ୟା ଓ ବଡ଼ନଦୀ ପଠାରୁ ବେଧଡ଼କ ବାଲି ଚାଲାଣ ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷପ ନେଇଛନ୍ତି । ଏହା ସହ ବାଲି ବୋଝେଇ ହାଇୱା ଓ ଏକ ଜେସିବିକୁ ମଧ୍ୟ ସିଜ କରାଯାଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ସେଠୀ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
